ଶୀଘ୍ର କରୋନା ଟିକା ଆଣିବା ଲାଗି ଲୋକଙ୍କୁ ସଂକ୍ରମିତ କରାଇବ ଆମେରିକା ! ତିଆରି କରୁଛି ନୂଆ କରୋନା ଭୂତାଣୁ ‘ଷ୍ଟ୍ରେନ୍’

ନୂଆଦିଲ୍ଲୀ: ଆମେରିକାରେ କରୋନା ଭୂତାଣୁ ଟିକା ପ୍ରଭାବଶାଳୀ କି ନୁହେଁ ତାହା ସ୍ଥିର କରିବାକୁ ଅନେକ ଟିକାର ପରୀକ୍ଷା ଚାଲିଛି। ଏ ମଧ୍ୟରେ ଆମେରିକା ଏକ ନୂଆ କରୋନା ଭାଇରସ୍ ‘ଷ୍ଟ୍ରେନ୍’ ପ୍ରସ୍ତୁତ କରୁଛି, ଯାହା ସୁସ୍ଥ ସ୍ୱେଚ୍ଛାସେବୀମାନଙ୍କୁ ସଂକ୍ରମିତ କରିବାରେ ବ୍ୟବହାର କରାଯାଇପାରିବ | ରିପୋର୍ଟ ଅନୁଯାୟୀ ଆମେରିକା ସରକାରଙ୍କ ସ୍ୱାସ୍ଥ୍ୟ ଏଜେନ୍ସି କହିଛି ଯେ ହ୍ୟୁମାନ ଚ୍ୟାଲେଞ୍ଜ ପରୀକ୍ଷା ପାଇଁ ନୂଆ କରୋନା ଭାଇରସ୍ ଷ୍ଟ୍ରେନ୍ ପ୍ରସ୍ତୁତି କାମ ଆରମ୍ଭ ହୋଇଛି।

ସ୍ୱେଚ୍ଛାସେବୀମାନଙ୍କୁ ସାଧାରଣତଃ ଟିକା ପରୀକ୍ଷା ସମୟରେ ଟିକାର ଏକ ଡୋଜ ଦିଆଯାଏ ଏବଂ ତା’ପରେ ସେମାନେ ନିଜେ ଭୂତାଣୁ ସଂସ୍ପର୍ଶରେ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥାଏ | ଯେଉଁମାନେ ଭୂତାଣୁ ସଂସ୍ପର୍ଶରେ ଆସନ୍ତି, ସେମାନଙ୍କ ଶରୀର ଉପରେ ଟିକାର ପ୍ରଭାବ ବିଶ୍ଳେଷଣ କରାଯାଇଥାଏ | ଯଦି ସ୍ୱେଚ୍ଛାସେବୀମାନେ ଅସୁସ୍ଥ ନ ହୁଅନ୍ତି, ତେବେ ଟିକା ସଫଳ ବୋଲି ବିବେଚନା କରାଯାଇଥାଏ |

US scientists are developing a strain of the coronavirus that could be used to deliberately infect volunteers in so-called 'challenge' studies.
news18

ହେଲେ ସ୍ୱେଚ୍ଛାସେବୀମାନେ  ଏହି ଭୂତାଣୁ ସଂସ୍ପର୍ଶରେ ଆସିବା ପାଇଁ ସମୟ ଲାଗିବା ସହ ପରୀକ୍ଷା ବିଳମ୍ବ ହେଉଥିବାରୁ ଆମେରିକା ନୂଆ କରୋନା ଭାଇରସ୍ ଷ୍ଟ୍ରେନ୍ ତିଆରି କରି ସ୍ୱେଚ୍ଛାସେବୀମାନଙ୍କୁ ଦେବାକୁ ଯୋଜନା କରୁଛି | ଏଭଳି ହେବା ଦ୍ବାରା ଟିକା ପରୀକ୍ଷଣର ଫଳାଫଳ ଶୀଘ୍ର ସାମ୍ନାକୁ ଆସିପାରିବ। ଏହାକୁ ହ୍ୟୁମାନ୍ ଚ୍ୟାଲେଞ୍ଜ ଟ୍ରାଏଲ୍ କୁହାଯାଉଥିବା ବେଳେ ଏହାକୁ ନେଇ ବିବାଦ ଲାଗି ରହିଛି। କାରଣ ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାଏଲରେ ଭାଗ ନେଉଥିବା ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିପାରେ। ଟିକା କାମ ନ କଲେ ସେମାନଙ୍କର ମୃତ୍ୟୁ ହେବାର ଆଶଙ୍କା ମଧ୍ୟ  ରହିଛି।

aajtak.intoday.in

ରଏଟର୍ସ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଆମେରିକାରେ ଏକ ନୂତନ କରୋନା ଭାଇରସ୍ ଷ୍ଟ୍ରେନ୍ ପ୍ରସ୍ତୁତି  କାର୍ଯ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଯଦି ହ୍ୟୁମାନ୍ ଚ୍ୟାଲେଞ୍ଜ ଟ୍ରାଏଲ୍ ଅନୁମୋଦିତ ହୁଏ, ତେବେ ବର୍ତ୍ତମାନ କରୋନା ଟିକା ପାଇଁ ଚାଲୁଥିବା ପର୍ଯ୍ୟାୟ -୩ ପରୀକ୍ଷା ଠାରୁ ଏହା ଭିନ୍ନ ହେବ |

ସମ୍ବନ୍ଧିତ ଖବର