ମୁସଲମାନଙ୍କ ପ୍ରତି ଚୀନ୍‌ର ଲଜ୍ଜାକର ଛଳନାକୁ ନିନ୍ଦା କଲେ ମାଇକ୍‌ ପୋମ୍ପେଓ

ଓ୍ଵାସିଂଟନ୍‌: ମୁସଲମାନମାନଙ୍କ ପ୍ରତି ଚୀନ୍‌ ଲଜ୍ଜାଜନକ ଛଳନା ଭଳି ଆଚରଣକୁ ବୁଧବାର ଦିନ ନିନ୍ଦା କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍‌ ପୋମ୍ପେଓ। ସେ ଭେଟିଥିବା ଜଣେ ପୂର୍ବତନ ବନ୍ଦୀ ଓ ତାଙ୍କ ଆତ୍ମୀୟମାନେ ତାଙ୍କୁ ଉଇଘୁର ସଂଖ୍ୟଲଘୁଙ୍କୁ ଅଟକ ରଖି ବେଜିଙ୍ଗ୍‌ ଦେଉଥିବା ଉତ୍ପୀଡ଼ନ ବିଷୟରେ କହିଥିଲେ।

ପୋମ୍ପେଓ ଟୁଇଟ୍‌ କରିଛନ୍ତି: ସ୍ୱେଚ୍ଛାଚାର ଭାବେ ଅଟକ ଥିବା ବ୍ୟକ୍ତିମାନଙ୍କୁ ଚୀନ୍‌ ମୁକ୍ତ କରି ତା’ର ଦମନଲୀଳା ବନ୍ଦ କରୁ।
ମୁସଲମାନଙ୍କ ପ୍ରତି ଚୀନ୍‌ର ଲଜ୍ଜାପୂର୍ଣ୍ଣ ଛଳନାକୁ ବିଶ୍ୱ ବିନା ପରିଣାମରେ ଗ୍ରହଣ କରି ପାରିବ ନାହିଁ। ଗୋଟିଏ ପକ୍ଷରେ ଚୀନ ନିଜ ଦେଶରେ ନିୟୁତ ନିୟୁତ ମୁସଲମାନମାନଙ୍କୁ ଉତ୍ପିଡ଼ନ ଦେଉଛି, କିନ୍ତୁ ଅନ୍ୟ ପକ୍ଷରେ ଜାତିସଂଘର କଟକଣାରୁ ଭୟନକ ଆତଙ୍କବାଦୀ ସଂଗଠନକୁ ସୁରକ୍ଷା ଦେଉଛି।

ବେଜିଙ୍ଗ୍‌ର ବନ୍ଧୁ ପାକିସ୍ତାନରେ ରହୁଥିବା କୁଖ୍ୟାତ ଆତଙ୍କବାଦୀ ମସୁଦ୍‌ ଆଝାର ଯାହାକୁ ଜାତିସଂଘ କଳାତାଲିକାଭୁକ୍ତ କରିବାକୁ ଉଦ୍ୟମ କରୁଛି, ସେ ପ୍ରତି ଉଦ୍ଦେଶ୍ୟ କରି ପୋମ୍ପେଓ ଏହା କହିଛନ୍ତି।

ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପ୍ରତି ଚୀନ୍‌ର କାରାଗାରଗୁଡ଼ିକରେ ହେଉଥିବା ନିର୍ଯାତନା ସଂକ୍ରାନ୍ତରେ ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବସାଧାରଣରେ କହୁଥିବା ଉଇଘୁର୍‌ ମିରିଗୁଲ୍‌ ଟୁର୍ସୁନ୍‌ଙ୍କୁ ମଙ୍ଗଳବାର ଦିନ ପୋମ୍ପେଓ ଭେଟିଥିଲେ। ସେ ଅନ୍ୟ ତିନି ଜଣ ଉଇଘୁରଙ୍କୁ ଭେଟିଥିବା କଥା ମଧ୍ୟ ଜଣାପଡ଼ିଛି।

ସମ୍ବନ୍ଧିତ ଖବର