କଶ୍ମୀର ଯିବାକୁ ୟୁଏସ୍‌ ସିନେଟରଙ୍କୁ ଅନୁମତି ମିଳିଲାନି

ନୂଆଦିଲ୍ଲୀ : ଆମେରିକାର ଡେମୋକ୍ରାଟିକ୍‌ ପାର୍ଟି ସିନେଟର ଦାବି କରିଛନ୍ତି ଯେ ଭାରତୀୟ କର୍ତ୍ତୃପକ୍ଷ ତାଙ୍କୁ କଶ୍ମୀର ଗସ୍ତ ପାଇଁ ଅନୁମତି ଦେଇନାହାନ୍ତି। ସିନେଟର କ୍ରିସ୍‌ ଭାନ୍‌ ହୋଲେନ୍‌ କହିଛନ୍ତି, କଶ୍ମୀର ସ୍ଥିତି ସଂକ୍ରାନ୍ତରେ ଅବଗତ ହେବାପାଇଁ ସେ କଶ୍ମୀର ଯିବାକୁ ଚାହିଥିଲେ, କିନ୍ତୁ ଭାରତ ସରକାର ତାଙ୍କୁ ଏଥିପାଇଁ ଅନୁମତି ଦେଇନାହାନ୍ତି। କଶ୍ମୀର ଗସ୍ତ କରିବାର ଏହା ଉପଯୁକ୍ତ ସମୟ ନୁହେଁ ‌ବୋଲି ତାଙ୍କୁ କୁହାଯାଇଥିଲା। ତେବେ ହୋଲେନ୍‌ କହିଛନ୍ତି, ଏକ୍ଷେତ୍ରରେ ତାଙ୍କର ବ୍ୟକ୍ତିଗତ ମତ ହେଉଛି, ଯଦି କିଛି ଲୁଚାଇବାର ନାହିଁ ତା’ହେଲେ କଶ୍ମୀର ଗସ୍ତ ପାଇଁ ମନା କାହିଁକି କରାଯାଉଛି। ହୋଲେନ୍‌ଙ୍କ ଦାବି ସଂକ୍ରାନ୍ତରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୌଣସି ଟିପ୍ପଣୀ ଦିଆଯାଇନାହିଁ। ସିନେଟ୍‌ରେ ଏହି ପ୍ରସଙ୍ଗ ଉଠାଇବେ ବୋଲି ହୋଲେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର