ନୂଆଦିଲ୍ଲୀ: ଡେମୋକ୍ରେଟିକ୍‌ ପାର୍ଟିର ଆମେରିକୀୟ ସିନେଟର୍‌ ଦାବି କରିଛନ୍ତି ଯେ କଶ୍ମୀର ପରିଦର୍ଶନ ନିମନ୍ତେ ଭାରତୀୟ କର୍ତ୍ତୃପକ୍ଷମାନେ ଅନୁମତି ଦେଇ ନାହାନ୍ତି। କ୍ଷେତ୍ରବିଶେଷର ପରିସ୍ଥିତି ଆକଳନ କରିବାକୁ ସେ ଶ୍ରୀନଗର ପରିଦର୍ଶନରେ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ।

Advertisment

ସିନେଟର୍‌ କ୍ରିସ୍‌ ଭ୍ୟାନ୍‌ ହଲେନ୍‌ କହିଛନ୍ତି ଯେ ସେ କଶ୍ମୀରରେ କ’ଣ ଚାଲିଛି ଜାଣିବାକୁ ସେ କଶ୍ମୀର ଯିବାକୁ ଚାହୁଁଥିଲେ, କିନ୍ତୁ ଭାରତ ସରକାର ଅନୁମତି ଦେଲେ ନାହିଁ।

publive-image Image Source: The Washington Post

ଭାରତର ଗୋଟାଏ ଇଂରାଜୀ ଦୈନିକକୁ ସାକ୍ଷାତ୍‌କାର ଦେବା ବେଳେ ସେ କହିଲେ କି, ଯୋଗାଯୋଗ ବିଚ୍ଛିନ୍ନ କରାଯାଇଥିବା କଶ୍ମୀରରେ କ’ଣ ଚାଲିଛି ତାହା ଭାରତ ସରକାର ଦେଖାଇ ଦେବାକୁ ଚାହୁଁ ନାହାନ୍ତି।

ମୋର ବ୍ୟକ୍ତିଗତ ମତ ହେଉଛି ଯଦି ଜଣେ କିଛି ନ ଲୁଚାଇବାକୁ ଚାହୁଁଛି, ରାଜ୍ୟକୁ ପରିଦର୍ଶକଙ୍କୁ ଛାଡ଼ିବାରେ ଭୟର କାରଣ କିଛି ନାହିଁ।

ଆମେରିକାର ଗୋଟାଏ ଇଂରାଜୀ ଦୈନିକକୁ ସେ କହିଛନ୍ତି ବିଶ୍ୱର ଦୁଇ ବୃହତ୍‌ ଗଣତନ୍ତ୍ର ଭାରତ ଏବଂ ଆମେରିକା ପାରସ୍ପରିକ ମୂଲ୍ୟବୋଧ ଉପରେ ଅନେକ ଆଲୋଚନା କରୁଛନ୍ତି। ତେଣୁ ଏ ସମୟରେ ସ୍ୱଚ୍ଛତା ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ।