ଭାରତକୁ ୩୧୮ଟି ‘ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌’ ପଠାଇଲା ଯୁକ୍ତରାଷ୍ଟ୍ର ଆମେରିକା

ନୂଆଦିଲ୍ଲୀ: ଆଜି ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ୩୧୮ଟି ‘ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌’ ପଠାଇଛି। ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ‘ଜେଏଫ୍‌କେ’ ଏୟାର୍‌ପୋର୍ଟରେ ଏୟାର୍‌ ଇଣ୍ଡିଆର ଏକ ବିମାନରେ ଏଗୁଡ଼ିକୁ ବୋଝେଇ କରି ଅଣାଯାଉଛି।

Image Courtesy of India Today

ମାରାତ୍ମକ କରୋନାଭାଇରସ୍‌ ସଙ୍କଟ ସହ ଲଢୁଥିବା ଭାରତ ପାଇଁ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଡାକ୍ତରୀ ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବା ଲାଗି ଗତକାଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଉପରାଷ୍ଟ୍ରପତି କମଳା ହାରିସ୍‌ ପ୍ରତିଶ୍ରୁତି ଦେଇଥିଲେ।

Image Courtesy of NDTV

ଟୁଇଟ୍‌ କରି ଜୋ ବାଇଡେନ୍‌ କହିଥିଲେ, ମହାମାରୀର ପ୍ରାରମ୍ଭିକ କାଳରେ ଆମ ଡାକ୍ତରଖାନା ସବୁ ଉପକରଣଶୂନ୍ୟ ହୋଇଯାଇଥିବା ବେଳେ ଭାରତ ଯେମିତି ସହାୟତା ପଠାଇଥିଲା, ସେମିତି ଆବଶ୍ୟକ ବେଳେ ଭାରତକୁ ଆମେ ସହାୟକ ହେବାକୁ ପ୍ରତିବଦ୍ଧ।

ଅନ୍ୟ ଏକ ଟୁଇଟ୍‌ରେ ଉପରାଷ୍ଟ୍ରପତି କମଳା ହାରିସ୍‌ କହିଥିଲେ, କୋଭିଡ୍‌-୧୯ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଥିବା ବେଳେ ତୁରନ୍ତ ଅତିରିକ୍ତ ସହାୟତା ଏବଂ ସାମଗ୍ରୀ ଯୋଗଣ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ସହାୟତା ଯୋଗାଇଦେବା ସହ ଭାରତର ସାହସୀ ସ୍ୱାସ୍ଥ୍ୟସେବା କର୍ମୀଙ୍କ ସମେତ ଭାରତବାସୀଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ।

ସମ୍ବନ୍ଧିତ ଖବର