ଯେକୌଣସି ସମୟରେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ଲାଗିପାରେ, କାତାରକୁ ନିଜର ଏଫ-୨୨ ଲଢୁଆ ବିମାନ ପଠାଇଲା ଆମେରିକା

ନୂଆଦିଲ୍ଲୀ : ଆମେରିକା ଓ ଇରାନ ମଧ୍ୟରେ ତୀକ୍ତତା ଚରମ ସୀମାରେ ପହଞ୍ଚିଛି । ଉଭୟ ପକ୍ଷ ମଧ୍ୟରେ ଯେକୌଣସି ସମୟରେ ଯୁଦ୍ଧ ଲାଗିପାରେ । ଗତ ସପ୍ତାହରେ ଆମେରିକା ଇରାନ ଉପରେ ଆକ୍ରମଣ କରୁ କରୁ ରହିଯାଇଥିଲା । କିନ୍ତୁ ଆଜି ମିଳିଥିବା ସୂଚନା ଅନୁସାରେ ଆମେରିକା ମଧ୍ୟପୂର୍ବରେ ନିଜର ସୈନ୍ୟ ଓ ସାମରିକ ଶକ୍ତି ବଢାଇବାରେ ଲାଗିଛି । ଆମେରିକା କାତାରରେ ଥିବା ଅଲ ଉଦେଦ ଏୟାର ଫୋର୍ସ ବେସକୁ ନିଜର ଏଫ-୨୨ ଷ୍ଟିଲଥ ଲଢୁଆ ବିମାନ ପଠାଇଛି । ଏ ସଂପର୍କରେ ଆମେରିକା ଏୟାରଫୋର୍ସର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେତୋଟି ଏଫ-୨୨ ପଠାଯାଇଛି ତାହା ସ୍ପଷ୍ଟ କରାଯାଇନାହିଁ । ଏହାପଳରେ ଆଗକୁ ଏ ଅଂଚଳରେ ବଡ଼ଧରଣର ଆକ୍ରମଣ ହେବାର ଆଶଙ୍କା ବଢିଯାଇଛି ।


ଗତ ସପ୍ତାହରେ ଇରାନ ଆମେରିକାର ଏକ ଗୁପ୍ତଚର ଡ୍ରୋନ କୁ ମାରି ଖସାଇଦେବା ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାର କିଛସମୟ ପରେ ଶେଷ ମୂହୂର୍ତ୍ତରେ ତାହାକୁ ପ୍ରତ୍ୟାହାର କରିଥିଲେ । ଇରାନ ମଧ୍ୟ ଆମେରିକାକୁ ଚେତବନୀ ଦେଇ କହିଥିଲା ଯେ ଆମେରିକା ଯଦି ଗୋଟିଏ ଗୁଳି ଚଳାଏ ତେବେ ତାହାର ଦୃଢ ଜବାବ ଦିଆଯିବ ।

ସମ୍ବନ୍ଧିତ ଖବର