ୱାସିଂଟନ୍: ଆଗାମୀ ଦିନମାନଙ୍କରେ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ୧୦୦ ନିୟୁତ ଡଲାର୍ରୁ ଊର୍ଦ୍ଧ୍ବ ମୂଲ୍ୟର କୋଭିଡ୍-୧୯ ରିଲିଫ୍ ସାମଗ୍ରୀ ପଠାଇବ। ସେହି ଅନୁସାରେ, ଜରୁରୀକାଳୀନ ସ୍ବାସ୍ଥ୍ୟରକ୍ଷା ସାମଗ୍ରୀ ନେଇ ପ୍ରଥମ ବିମାନ ଭାରତ ଅଭିମୁଖେ ଯାତ୍ରା କରିଥିବା କଥା ହ୍ବାଇଟ୍ ହାଉସ୍ କହିଛି।
ଡାକ୍ତରୀ ସାମଗ୍ରୀ ନେଇ ଆସିଥିବା ଯୁକ୍ତରାଷ୍ଟ୍ର ଆମେରିକାର ଏହି ପ୍ରଥମ ବିମାନଟି ଆଜି ଭାରତରେ ଅବତରଣ କରିବ।
‘ୟୁଏସ୍ ଏଜେନ୍ସି ଫର୍ ଇଣ୍ଟର୍ନ୍ୟାସ୍ନାଲ୍ ଡେଭ୍ଲପ୍ମେଣ୍ଟ୍’ କହିଛି, ବୁଧବାର ରାତିରେ ବିଶ୍ବର ଏକ ବୃହତ୍ତମ ସାମରିକ ବିମାନ ‘ଟ୍ରାଭିସ୍ ଏୟାର୍ ଫୋର୍ସ ବେସ୍’ରୁ ଉଡ଼ାଣ ଆରମ୍ଭ କରିଛି। ଏହି ବୃହଦ୍କାୟ ବିମାନରେ ପଠାଯାଇଛି କାଲିଫର୍ଣ୍ଣିଆ ପ୍ରଦାନ କରିଥିବା ୪୪୦ଟି ଅକ୍ସଜେନ୍ ସିଲିଣ୍ଡର୍ ଏବଂ ରେଗୁଲେଟର୍। ଏହାଛଡ଼ା, ଭାରତର ପ୍ରତ୍ୟକ୍ଷ ସ୍ବାସ୍ଥ୍ୟସେବାକାରୀଙ୍କ ବ୍ୟବହାର ନିମନ୍ତେ ଏଥିରେ ରହିଛି ୯୬୦,୦୦୦ ‘ରାପିଡ୍ ଡାଇଗ୍ନୋଷ୍ଟିକ୍ ଟେଷ୍ଟ୍ସ୍’ ଓ ୧୦୦୦୦୦ ‘ଏନ୍୯୫ ମାସ୍କ୍’।
Image Courtesy of Business Standardହ୍ବାଇଟ୍ ହାଉସ୍ କହିଛି, ଯୁକ୍ତରାଷ୍ଟ୍ର ଆମେରିକାର ରାଜ୍ୟ ସରକାରମାନେ, କେତେକ ଘରୋଇ କମ୍ପାନି, ଅନେକ ‘ଏନ୍ଜିଓ’ ଏବଂ ହଜାର ହଜାର ଆମେରିକୀୟ ଭାରତର ଡାକ୍ତରଖାନା ନିମନ୍ତେ ଅକ୍ସିଜେନ୍ ସମ୍ବନ୍ଧୀୟ ଉପକରଣ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ନିମନ୍ତେ ଚଳଚଞ୍ଚଳ ହୋଇ ଉଠିଛନ୍ତି।
ହ୍ବାଇଟ୍ ହାଉସ୍ କହିବା ଅନୁସାରେ, ପ୍ରାଥମିକ ଭାବେ ଯୋଗାଇ ଦିଆଯାଇଥିବା ୧,୧୦୦ଟି ସିଲିଣ୍ଡର୍ ଭାରତରେ ରହିବ ଏବଂ ଥରକୁ ଥର ଏଥିରେ ଆଞ୍ଚଳିକ କେନ୍ଦ୍ରମାନଙ୍କରୁ ଅକ୍ସିଜେନ୍ ଯୋଗାଡ଼ କରି ଭର୍ତ୍ତି କରାଯିବ। ବିମାନ ଯୋଗେ ଆହୁରି ଅନେକ ସିଲିଣ୍ଡର୍ ମଧ୍ୟ ଭାରତକୁ ପଠାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/white-house.jpg)