୨୪ ଘଣ୍ଟାରେ ଆମେରିକାରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ପ୍ରାୟ ୧୫୦୦

ୱାସିଂଟନ୍: ଚୀନ୍ ପରେ ବିଶ୍ୱର କୋଭିଡ୍-୧୯ ହଟସ୍ପଟ୍ ପାଲଟି ଥିବା ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୫୦୦ ଲୋକଙ୍କର ମୃତ୍ୟୁ ଘଟିଛି । ଏହା ପୂର୍ବରୁ ବିଶ୍ୱର କୌଣସି ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟକ କରୋନାଭାଇରସ୍ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିନାହିଁ । ୱାସିଂଟନର ଜନସ୍ ହପକିନସ୍ ବିଶ୍ୱବିଦ୍ୟାଳୟର ସେଣ୍ଟର୍ ଫର୍ ସିଷ୍ଟମ୍ ସାଇନସ୍ ଆଣ୍ଡ୍ ଇଞ୍ଜିନିୟରିଙ୍ଗ୍ ସଂଗୃହୀତ ତଥ୍ୟରୁ ଏ କଥା ଜଣାପଡ଼ିଛି ।

ଜନସ୍ ହପକିନସ୍ ବିଶ୍ୱବିଦ୍ୟାଳୟ ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି ଯେ ଗୁରୁବାର ଓ ଶୁକ୍ରବାର ଦିନ ଆମେରିକାରେ ପ୍ରାୟ ୧୪୮୦ ଜଣଙ୍କର ମୃତ୍ୟୁ ଘଟିଛି ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଶନିବାର ସକାଳ ସୁଦ୍ଧା ନ୍ୟୁୟର୍କରେ ୭, ୧୫୨ଟି କରୋନାଭାଇରସଜନିତ ମୃତ୍ୟୁ ରେକର୍ଡ କରାଯାଇ ଥିବା ବେଳେ ସମଗ୍ର ଆମେରିକାରେ ଏହି ସଂଖ୍ୟା ୧, ୮୬୭ ବୋଲି ରେକର୍ଡ କରାଯାଇଛି । ଏ ପର୍ଯ୍ୟନ୍ତ ସମଗ୍ର ଆମେରିକାରେ ୨୭୭, ୯୫୩ ଜଣ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

Image Source: Al Arabiya Eng

ନୁ୍ୟୟର୍କରେ ସଂକ୍ରମିତଙ୍କ ସଂଖ୍ୟା ୧୦୨, ୮୬୩ ଥିବା ବେଳେ ନିଉ ଜର୍ସି, କାଲିଫର୍ଣ୍ଣିଆ ଏବଂ ମିଚିଗାନକୁ ମିଶାଇ ଅନ୍ୟ ରାଜ୍ୟରେ ୧୦, ୦୦୦ରୁ ଅଧିକ ବ୍ୟକ୍ତି ଏଥିରେ ସଂକ୍ରମିତ ହୋଇଛନ୍ତି ।

ଏ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୧, ୦୯୯, ୩୮୯ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୫୮, ୯୦୧ ଛୁଇଁଛି । ୨୨୬, ୬୦୩ଜଣ ବ୍ୟକ୍ତି ଏଥିରୁ ଆରୋଗ୍ୟ ହୋଇଛନ୍ତି ।

ସମ୍ବନ୍ଧିତ ଖବର