ଆମେରିକା ପାକିସ୍ତାନକୁ ଦେଉଥିବା ଆର୍ଥିକ ସାହାଯ୍ୟକୁ ଅଧା କଲା

ନ୍ୟୁୟର୍କ:  ପାକିସ୍ତାନକୁ ଆଉ ଏକ ଝଟକା ଦେଇଛି ଆମେରିକା । ଆମେରିକା କେରୀ ଲୁଗର ବର୍ମନ ଆକ୍ଟ ଅନୁସାରେ ପ୍ରଦାନ କରୁଥିବା ଆର୍ଥିକ ସାହାଯ୍ୟକୁ ଅଧା କରିଦେଇଛି । ପ୍ରାୟ ୯ ବର୍ଷ ହେବ ଏହି ଆକ୍ଟ ଅନୁସାରେ ପାକିସ୍ତାନକୁ ପ୍ରଦାନ କରାଯାଉଥିବା ଆର୍ଥିକ ସାହାଯ୍ୟକୁ ୪୪୦ ନିୟୁତ  ଡଲାର କମେଇ ଦେଇଛି ଟ୍ରମ୍ପ ପ୍ରଶାସନ । ଆର୍ଥିକ ସାହାଯ୍ୟ ଅଧା ହେବାପରେ ପାକିସ୍ତାନକୁ ମିଳିବ ୪.୧ ଅରବ ଡଲାର । ପାକିସ୍ତାନ ଏନହାନ୍ସ ଏଗ୍ରିମେଣ୍ଟ ଜରିଆରେ ଇସଲମାବାଦ ୨୦୧୦ରୁ ଏହି ଆର୍ଥିକ ସାହାଯ୍ୟ ହାସଲ କରୁଥିଲା । ଏବେ ଆର୍ଥିକ ସାହାଯ୍ୟ ଅଧା ହେବା ପାକିସ୍ତାନ ପାଇଁ ବଡ଼ ଅସୁବିଧା ସୃଷ୍ଟି କରିବ ।

ଦେବାଳିଆ ଅବସ୍ଥାରେ ଥିବା ପାକିସ୍ତାନ ଦେଶ ହିତ ଚିନ୍ତା ନକରି ଭାରତର ଅନ୍ତରୀଣ ମାମଲାରେ ଅଯଥା ମୁଣ୍ଡ ପୁରାଉଛି । ଲୋକେ ଖାଇବାକୁ ପାଉନାହାନ୍ତି ହେଲେ କାଶ୍ମୀରବାସୀଙ୍କ ପ୍ରେମ ଦେଖେଇ ହେଉଛି ପାକିସ୍ତାନ । ୩୭୦ ଉଚ୍ଛେଦ ପରେ ଇମ୍ରାନ ସରକାରଙ୍କ ବେଶୀ ମୁଣ୍ଡବ୍ୟଥା ହେଉଛି । କାଶ୍ମୀର ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦରେ ଆଜି ସଂଧ୍ୟାରେ ରୁଦ୍ଧଦ୍ୱାର ବୈଠକ ପାଇଁ ସ୍ଥିର ହୋଇଛି । ହେଲେ ପ୍ରଥମରୁ ପାକିସ୍ତାନକୁ ଲାଗିଛି ଝଟକା । ଜାତିସଂଘ ସୁରକ୍ଷା ପରିଷଦରେ ୫ ସ୍ଥାୟୀ ସଦସ୍ୟ ରହିଥିବାବେଳେ ୧୦ ଅସ୍ଥାୟୀ ସଦସ୍ୟ ଅଛନ୍ତି । ୫ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ କେବଳ ଚୀନକୁ ବାଦଦେଲେ ଅନ୍ୟ କାହାରି ସମର୍ଥନ ପାକିସ୍ତାନକୁ ମିଳିନାହିଁ । କାରଣ କାଶ୍ମୀର ପ୍ରସଙ୍ଗ ଉଭୟ ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ କହି ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ଆମେରିକା, ରୁଷ, ବ୍ରିଟେନ ଓ ଫ୍ରାନ୍ସ ।

 

ସମ୍ବନ୍ଧିତ ଖବର