ଆମେରିକାରେ ନିଷିଦ୍ଧ ହେବ ଗର୍ଭପାତ !

ନ୍ୟୁୟର୍କ : ଆମେରିକାର ସୁପ୍ରିମ କୋର୍ଟ ଆଜି ଦୁଇଟି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଗୋଟିଏ ହେଉଛି ଗର୍ଭପାତ ସଂପର୍କିତ ଓ ଅନ୍ୟଟି ହେଉଛି ବନ୍ଧୁକ ଆଇନ ସଂପର୍କିତ ।

ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଣି ଗର୍ଭପାତ ଲାଗି ଆମେରିକାର ସମ୍ବିଧାନ ଦେଇଥିବା ଅଧିକାରକୁ ପ୍ରତ୍ୟାହାର କରିନେଇଛନ୍ତି । ଏହା ଫଳରେ ଆମେରିକାର ବିଭିନ୍ନ ରାଜ୍ୟରେ ଗର୍ଭପାତ ଉପରେ ନିଷେଧାଜ୍ଞା ଲାଗିପାରିବ । ବିଶେଷକରି ଯେଉଁ ରାଜ୍ୟଗୁଡ଼ିକରେ ଅଧିକ ରକ୍ଷଣଶୀଳ ସରକାର ଅଛନ୍ତି ସେଗୁଡ଼ିକ ଗର୍ଭପାତକୁ ନିଷିଦ୍ଧ କରିବାର ସମ୍ଭାବନା ରହିଛି ।

ଅନ୍ୟ ଏକ ରାୟରେ ଆମେରିକୀୟ ନାଗରିକମାନଙ୍କ ବନ୍ଧୁକ ଧାରଣ କରିବାର ଅଧିକାରକୁ ସ୍ବୀକୃତି ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ରାୟ ମାଧ୍ୟମରେ ଲୋକମାନଙ୍କ ବନ୍ଧୁକ ଧାରଣ ଉପରେ ନ୍ୟୁୟର୍କ ସରକାର ଲଗାଇଥିବା କଟକଣା ଉଠିଯାଇଛି । ସୁପ୍ରିମକୋର୍ଟ ଦର୍ଶାଇଛନ୍ତି ଯେ ନ୍ୟୁୟର୍କ ସରକାରଙ୍କ କଟକଣା ସମ୍ବିଧାନ ପ୍ରଦତ୍ତ ଅଧିକାରର ହନନ କରୁଛି ।

ସୂଚନାଯୋଗ୍ୟ ଯେ ବନ୍ଧୁକ ରଖିବା ଆମେରିକାରେ ଏକ ସାମ୍ବିଧାନିକ ଅଧିକାର । ଏକ ତଥ୍ୟ ଅନୁସାରେ ଆମେରିକାର ଗୁଳିକାଣ୍ଡ ଯୋଗୁଁ ପ୍ରତି ବର୍ଷ ପ୍ରାୟ ୪୦ ହଜାର ଲୋକ ମୃତ୍ୟୁବରଣ କରିଥାନ୍ତି । ଆମେରିକାରେ ପ୍ରତି ୧୦୦ ଜଣରେ ୧୨୦ଟି ବନ୍ଧୁକ ରହିଛି । ଏଣୁ ସର୍ବସାଧାରଣରେ ଗୁଳିକାଣ୍ଡ ଆମେରିକାରେ ଏକ ସାଧାରଣ ଘଟଣା ହୋଇଛି ।

 

 

 

 

ସମ୍ବନ୍ଧିତ ଖବର