ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ନୂତନ ଶୁଳ୍କ ନିଷ୍ପତ୍ତିର ପ୍ରଭାବ ଭାରତୀୟ ଷ୍ଟକ୍ ମାର୍କେଟ୍ ଉପରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବା ଆରମ୍ଭ କରିଛି। ଟ୍ରମ୍ପ୍ ପ୍ରଶାସନ ପୂର୍ବରୁ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିଥିଲେ। ଭାରତ ରୁଷିଆରୁ ତେଲ କିଣୁ ଥିବାରୁ ଏବେ ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ଅତିରିକ୍ତ ୨୫% ଟିକସ ଲାଗୁ କରାଯାଇଛି। ଅଗଷ୍ଟ ୨୭ରୁ କାର୍ଯ୍ୟକାରୀ ହେବାକୁଥିବା ଏହି ନିଷ୍ପତ୍ତି ଦ୍ବାରା ଭାରତକୁ ମୋଟ ୫୦% ଶୁଳ୍କ ବୋଝ ବହନ କରିବାକୁ ପଡିବ। ଏହି କାରଣରୁ ମଙ୍ଗଳବାର ଦିନ ଷ୍ଟକ୍ ବଜାର ଏକ ବଡ଼ ହ୍ରାସ ସହିତ ଆରମ୍ଭ ହୋଇଛି।
ଷ୍ଟକ୍ ମାର୍କେଟ ଖୋଲିବା ମାତ୍ରେ କ୍ରାସ୍ ହୋଇ ଯାଇଛି। କାରବାରର ପ୍ରଥମ ଦିନରେ ନିବେଶକମାନଙ୍କୁ ଏକ ଝଟକା ଲାଗିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ର ୩୦ ସେୟାର ବିଶିଷ୍ଟ ସେନସେକ୍ସ ୮୧,୩୭୭.୯୧ରେ ଖୋଲିଲା। ଯାହା ଏହାର ପୂର୍ବ ବନ୍ଦ ସ୍ତର ୮୧,୬୩୫.୯୧ ତୁଳନାରେ ଏକ ବଡ଼ ହ୍ରାସ। ପ୍ରାରମ୍ଭିକ କାରବାରରେ ଅଧିକ ଚାପ ଯୋଗୁ ସେନସେକ୍ସ କିଛି ସମୟ ମଧ୍ୟରେ ହ୍ରାସ ପାଇ ୮୧,୦୬୩.୨୬ କୁ ଖସିଯାଇଛି।
ମଙ୍ଗଳବାରର କାରବାରରେ ସେନସେକ୍ସ ସହିତ ନିଫ୍ଟିରେ ମଧ୍ୟ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। ସେନସେକ୍ସ ୫୭୦ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ଅପରପକ୍ଷରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ନିଫ୍ଟି ୧୭୦ ପଏଣ୍ଟ ହ୍ରାସ ପାଇଛି। ଏହି ପରିସ୍ଥିତି ଯୋଗୁ ନିବେଶକଙ୍କ ମଧ୍ୟରେ ଚିନ୍ତା ଏବଂ ଅନିଶ୍ଚିତତା ବୃଦ୍ଧି ପାଇଛି।
ବଜାର ବିଶେଷଜ୍ଞମାନଙ୍କ ଅନୁସରେ ଆମେରିକାର ଏହି ନିଷ୍ପତ୍ତି ଭାରତର ଆମଦାନୀ ମୂଲ୍ୟକୁ ଆହୁରି ବୃଦ୍ଧି କରିବ। ଯାହାର ସିଧାସଳଖ ପ୍ରଭାବ ନିବେଶକମାନଙ୍କ ଉପରେ ପଡ଼ିବ। ଯଦି ଆମେରିକୀୟ ଶୁଳ୍କ ସମ୍ପର୍କରେ ଶୀଘ୍ର କୌଣସି ଆଶ୍ୱସ୍ତି ନ ମିଳେ, ତେବେ ବଜାରରେ ଅସ୍ଥିରତା ଆହୁରି ବୃଦ୍ଧି ପାଇପାରେ। ନିବେଶକମାନେ ବର୍ତ୍ତମାନ ପାଇଁ ସତର୍କ ରହିବା ଉଚିତ୍ ଏବଂ କୌଣସି ବଡ଼ ନିବେଶ କରିବା ପୂର୍ବରୁ ବଜାର ଦିଗକୁ ଅପେକ୍ଷା କରିବା ଭଲ ହେବ।
BSE | stock market | sensex-nifty | tariff-war
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/26/us-tariffs-shock-sensex-falls-570-points-and-nifty-falls-170-points-in-stock-market-2025-08-26-10-42-52.jpg)