ଆସନ୍ତା ସପ୍ତାହରେ ଭାରତକୁ ଭେଣ୍ଟିଲେଟର ପଠାଇବ ଆମେରିକା

ୱାସିଂଟନ୍ : ଆମେରିକା‌ ଆସନ୍ତା ସପ୍ତାହରୁ ଭାରତକୁ ଭେଣ୍ଟିଲେଟର ପଠାଇବା କାର୍ଯ୍ୟ ଆରମ୍ଭ କରିବ। ୧୦୦ଟି ଭେଣ୍ଟିଲେଟର ପ୍ରଥମ‌ ପର୍ଯ୍ୟାୟରେ ଆମେରିକା ଆସନ୍ତା ସପ୍ତାହରେ ପଠାଇବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗତକାଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେବା ସମୟରେ ଏହି ସୂଚନା ପ୍ରଦାନ କରିଛନ୍ତି। ଗତକାଲି ଟ୍ରମ୍ପ୍‌ ଏବଂ ମୋଦୀ ଜି-୭ ସମ୍ମିଳନୀ, କୋଭିଡ୍‌-୧୯ ଏବଂ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଭାରତ ପ୍ରଥମେ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ପଠାଇବା ପରେ ଆମେରିକା ଭାରତକୁ ୨୦୦ ଭେଣ୍ଟିଲେଟର ଦେବ ବୋଲି କହିଥିଲା।

ସମ୍ବନ୍ଧିତ ଖବର