ପାକିସ୍ତାନକୁ ଆମେରିକାର ଚେତାବନୀ: ଆତଙ୍କବାଦ ବିରୋଧରେ କାମ କର ନଚେତ ଆମେ କରିବୁ

ଓ୍ଵାସିଙ୍ଗଟନ୍‌: ଆମେରିକା ପକ୍ଷରୁ ଗତ କାଲି ପାକିସ୍ତାନକୁ ଏକପ୍ରକାର ଚେତାବନୀ ଦିଆଯାଇଛି। ଆମେରିକା ପକ୍ଷରୁ କୁହାଯାଇଛି ପାକିସ୍ତାନ ତା ଦେଶରେ ଆତଙ୍କବାଦୀ ସଙ୍ଗଠନକୁ ଶରଣ ଦେବା ବନ୍ଦ କରିବା ସହିତ ସେମାନଙ୍କ ମୂଳୋତ୍ପାଟନ ପାଇଁ କାର୍ଯ୍ୟ କରୁ, ନଚେତ୍‌ ଆତଙ୍କବାଦୀଙ୍କ ବିରୋଧ ଆମେରିକି ତା ନିଜ ଷ୍ଟାଇଲରେ କାର୍ଯ୍ୟ କରିବ। ଆମେରିକା ବୈଦେଶିକ ମନ୍ତ୍ରୀ ରେକ୍ସ ଟିଲରସନ୍‌ ପାକିସ୍ତାନରେ ୪ ଘଣ୍ଟା ରହଣି ମଧ୍ୟରେ ପାକିସ୍ତାନକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇ କହିଥିଲେ ଯେ ପାକିସ୍ତାନକୁ ଆମେରିକାର ସହଯୋଗ ସର୍ତ୍ତମୂଳକ ଥିଲା। ଏହା ପରେ ବୈଦେଶିକ ମନ୍ତ୍ରୀଙ୍କ ସହିତ ପାକିସ୍ତାନ ଆସିଥିବା ଆମେରିକାର ବରିଷ୍ଠ ଅଧିକାରୀମାନେ ଆମେରିକା ବିକଳ୍ପ ପଦକ୍ଷେପ ନେଇ ପାକିସ୍ତାନରେ ଥିବା ଆତଙ୍କବାଦୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦେଇଛନ୍ତି। ଆମେରିକା ଯେଉଁ ବର୍ତ୍ତା ଦେଇଛ ସେ ସମ୍ପର୍କରେ ଆମେରିକା ଉପ ବୈଦେଶିକ ମନ୍ତ୍ରୀ ଆଲିସ େଓ୍ଵଲକ୍ସ କହିଛନ୍ତି , ଏହା ପାକିସ୍ତାନ ଉପରେ ଉପରେ ନିର୍ଭର କରେ ସେମାନେ ଆମେ ସହିତ ମିଶି କାର୍ଯ୍ୟ କରିବେ କିମ୍ବା ନାହିଁ। ଯଦି ସେ ଆମ ସହିତ ମିଶି କାମ କରିବେ ନାଇଁ ତେବେ ଆମେ ଆମ ସୁବିଧା ଅନୁଯାୟୀ ଆଡ୍‌ଜଷ୍ଟ କରିବୁ ବୋଲିକହି େଓ୍ଵଲ୍ସ ପାକିସ୍ତାନକୁ ସ୍ପଷ୍ଟ ସଙ୍କେତ ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ ଏବେ ପାକିସ୍ତାନେ ଆତଙ୍କବାଦୀ ପ୍ରସଙ୍ଗରେ ଏକ ନୂଆ ଚାଲ ଖେଳିବାକୁ ଚେଷ୍ଟା କରୁଛି। ପାକିସ୍ତାନ ଅଭିଯୋଗ କରିଛି ଯେ ଭାରତ ଟିଟିପି ପରି ଆତଙ୍କବାଦୀ ସଙ୍ଗଠନକୁ ସମର୍ଥନ କରି ପାକିସ୍ତାନରେ ଅସ୍ଥିରତା ସୃଷ୍ଟି ଉଦ୍ୟମ କରୁଛି। କିନ୍ତୁ ଏ ନେଇ ପାକିସ୍ତାନ କୌଣସି ପ୍ରମାଣ ଦେଇ ପାରୁ ନାହିଁ। ତେଣୁ ଦିନକୁ ଦିନ ପାକିସ୍ତାନ ଉପରେ ଆମେରିକା ଚାପ ବଢ଼ିବାରରେ ଲାଗିଛି ଓ ଏହି ଚାପ ଦୂର ପାଇଁ ପାକିସ୍ତାନେ ଚୀନ, ରୁଷିଆ, ସାଉଦୀ ଆରବ ପ୍ରଭୃତି ଦେଶର ସହଯୋଗ ଲୋଡ଼ୁଛି।ମାତ୍ର ଟିଲରସନ୍‌ଙ୍କ ଗସ୍ତ ପାକିସ୍ତାନର କୂଟନୈତିକ ଚାଲକୁ ଅଗ୍ରାହ୍ୟ କରି ଦେଇଛି। ଅପରପକ୍ଷେ ଯଦି ପାକିସ୍ତାନ ଆତଙ୍କବାଦ ବିରୋଧରେ ଏହାର ସମର୍ଥନ ଏହିପରି ଭାବେ ଜାରି ରଖେ ତେବେ ତାର (ପାକିସ୍ତାନର) ନିଜ ଭବିଷ୍ୟତ ନେଇ ମଧ୍ୟ ଟିିଲରସନ୍‌ ଚିନ୍ତା ପ୍ରକଟ କରିଛନ୍ତି। ଯଦିଓ ପାକିସ୍ତାନ ବାରମ୍ବ୍ଵାର କହି ଆସୁଛି ଯେ ସେ ଆତଙ୍କବାଦ ବିରୋଧରେ ଲାଗାତର କାର୍ଯ୍ୟ କରି ଆସୁଛି ଓ ସେଥିପାଇଁ ତାକୁ ଆତଙ୍କବାଦର ଶିକାର ହେବାକୁ ପଡ଼ୁଛି, ମାତ୍ର ପୃଥିବୀର ବହୁ ଆତଙ୍କବାଦୀ ପାକିସ୍ତାନରେ ରହି ସେମାନଙ୍କ ନେଟଓ୍ଵାର୍କ ଚଳାଇବା ଘଟଣା ପାକିସ୍ତାନର କଥା ଓ କାର୍ଯ୍ୟ ମଧ୍ୟରେ ଫରକ ଦେଖାଉଛି ବୋଲି ଆମେରିକା ଅନୁଭବ କରି ଏ ପ୍ରକାର ପଦକ୍ଷେପ ନେବାକୁ ଯାଉଛି।
ସୂଚନାଯୋଗ୍ୟ ଯେ ଟିଲରସନ୍‌ଙ୍କ ଗସ୍ତ ପୂର୍ବରୁ ପିକିସ୍ତାନରେ ଯେଉଁଠାରେ ଆତଙ୍କବାଦୀମାନେ ଛପିଛନ୍ତି, ସେଠାରେ ଅଧ ଡଜନ୍‌ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କରିଥିଲା। ସେହିପରି ଆତଙ୍କବାଦଙ୍କୁ ଆର୍ଥିକ ସହାୟତା ଦେଉଥିବା ଅଭିଯୋଗରେ ପାକିସ୍ଥାନର ସବୁଠାରୁ ବଡ଼ ବ୍ୟାଙ୍କକୁ ଆମେରିକାରେ କାରବାର କରିବା ପାଇଁ ଅନୁମତି ପ୍ରତ୍ୟାହାର କରି ଆମେରିକା ପାକିସ୍ତାନକୁ ପୂର୍ବରୁ ସ୍ପଷ୍ଟ ବାତ୍ତା ଦେଇ ସାରିଛି।

ସମ୍ବନ୍ଧିତ ଖବର