ଚୀନ୍ ସହ ଉତ୍ତେଜନା ତେଜୁଥିବା ବ‌େଳେ ତାଇୱାନ୍‌କୁ ୬୬ଟି ଏଫ୍-୧୬ ଲଢୁଆ ଜେଟ୍‌ ବିକ୍ରୟ କରିବ ଆମେରିକା

ନୂଆଦିଲ୍ଲୀ: ଲକ୍‌ହିଡ୍ ମାର୍ଟିନ୍ କର୍ପୋରେସନ୍‌ ନିର୍ମିତ ସଦ୍ୟତମ ମଡେଲ୍‌ର ୬୬ଟି ଏଫ୍-୧୬ ଲଢୁଆ ଜେଟ୍‌ ଖରିଦ କରିବାକୁ ତାଇୱାନ୍‌ ବିଦ୍ଧିବଦ୍ଧ ଭାବେ ରାଜିନାମା ସ୍ବାକ୍ଷର କରିବା ପରେ ଆମେରିକା ଓ ଚୀନ୍ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି।

୧୯୯୨ରେ ରାଷ୍ଟ୍ରପତି ଜର୍ଜ ଏଚ୍‌ଡବ୍ଲୁ ବୁସ୍‌ ତାଇୱାନ୍ ନିମନ୍ତେ ୧୫୦ଟି ଏଫ୍-୧୬ ଅନୁମୋଦନ କରିଥିଲେ। ତା’ପର ଠାରୁ ଆମେରିକା ତାଇୱାନ୍ ଦ୍ବୀପକୁ ଅତ୍ୟାଧୁନିକ ଲଢୁଆ ଜେଟ୍‌ ବିକ୍ରୟ କରିବାରେ ଏହା ହେଉଛି ପ୍ରଥମ ଘଟଣା। ଏଥିନିମନ୍ତେ ୬୨ ବିଲିୟନ୍ ଡଲାର୍‌ ରାଶି ଘୋଷିତ ହୋଇଥିବା କଥା ଶୁକ୍ରବାର ଦିନ ପେଣ୍ଟାଗନ୍ କହିଛି। ବିକ୍ରୟ ଲାଗି ନିର୍ମାଣ ଚାଲିଥିବା ୯୦ଟି ଜେଟ୍‌ ୨୦୨୬ ଶେଷ ବେଳକୁ ପ୍ରସ୍ତୁତ ହୋଇଯାଇଥିବ। ବାକି ୨୪ଟି ଏଫ୍-୧୬ ଜେଟ୍‌ ମରୋକୋ ଖରିଦ କରିବ ବୋଲି ଜଣାପଡ଼ିଛି।

Image Courtesy of Hindustan Times

ପୂର୍ବରୁ କମ୍ପାନି କହିଥିଲା ଯେ, ବିଭିନ୍ନ ଦେଶକୁ ବିକ୍ରୟ ନିମନ୍ତେ ସେମାନେ ପ୍ରାୟ ୪୦୦ ନୂଆ ଏଫ୍-୧୬ ଲଢୁଆ ଜେଟ୍‌ ନିର୍ମାଣ କରିବେ।

ତାଇୱାନ୍‌କୁ ଏଫ୍-୧୬ ବିକ୍ରୟ କରଯିବ ବୋଲି ବର୍ଷେ ତଳେ ଯୁକ୍ତରାଷ୍ଟ୍ର ଆମେରିକା କଂଗ୍ରେସକୁ ଅନଔପଚାରିକ ବିଜ୍ଞପ୍ତି ଦେଇଥିଲା। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଚୀନ୍ ବୈଦେଶିକ ମନ୍ତ୍ରାଳୟର ଜଣେ ମୁଖପାତ୍ରୀ ସାମ୍ବାଦିକମାନଙ୍କୁ କହିଥିଲେ, ତାଇୱାନ୍‌କୁ ଯୁକ୍ତରାଷ୍ଟ୍ର ଆମେରିକାର ଅସ୍ତ୍ର ବିକ୍ରି ‘ୱାନ୍-ଚାଇନା’ ନୀତିକୁ ସାଙ୍ଘାତିକ ଭାବେ ଉଲ୍ଲଂଘନ କରୁଛି।

 

ସମ୍ବନ୍ଧିତ ଖବର