ଓ୍ଵାସିଂଟନ୍: ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କୁ ପଦବୀରୁ ବହିଷ୍କାର କରିବା ଲାଗି ୨୫ତମ ସଂଶୋଧନ ଆଗତ କରିବେ ନାହିଁ ବୋଲି ମଙ୍ଗଳବାର ଦିନ ଉପରାଷ୍ଟ୍ରପତି ମାଇକ୍ ପେନ୍ସ୍ କହିଛନ୍ତି। ଗୃହର ବାଚସ୍ପତି ନେନ୍ସି ପିଲୋସିଙ୍କୁ ସେ ଲେଖିଥିବା ଏକ ପତ୍ରରେ େଉଲ୍ଲେଖ କରିଛନ୍ତି ଯେ, ଗତ ସପ୍ତାହରେ ସଂଘଠିତ ‘କ୍ୟାପିଟଲ୍’ ଆକ୍ରମଣ ପରର ଘଟଣାକୁ ସୁଧାରିବା ଏବେ ଦେଶର କର୍ତ୍ତବ୍ୟ।
ସମୟ ଅବ୍ୟବହିତ ପୂର୍ବରୁ ଟ୍ରମ୍ପ୍ଙ୍କୁ ବହିଷ୍କାର କରିବା ଲାଗି ଉପରାଷ୍ଟ୍ରପତି ତାଙ୍କ ସାମ୍ବିଧାନିକ କ୍ଷମତା ପ୍ରୟୋଗ କରନ୍ତୁ ବୋଲି ଦାବି କରି ‘ହାଉସ୍ ଅଫ୍ ଡେମୋକ୍ରାଟ୍ସ୍’ ମଙ୍ଗଳବାର ରାତିରେ ଏକ ପ୍ରସ୍ତାବନା ଆଗତ କରି ଭୋଟ୍ ଦେବେ ବୋଲି କହିଥିଲେ। ଏ ପ୍ରସଙ୍ଗର ଉତ୍ତର ଦେବାକୁ ଯାଇ ପେନ୍ସ୍ ଏହି ପତ୍ର ଲେଖିଛନ୍ତି।
Image Courtesy of Hindustan Timesମତଭେଦ ଅଧିକ ତିକ୍ତ କରି ସାମୟିକ ଆବେଗକୁ ତୀବ୍ରତର କରିବା ଭଳି ପଦକ୍ଷେପ ଏଡ଼ାଇଯିବା ଉଚିତ ବୋଲି ସେ କଂଗ୍ରେସର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି।
ପେନ୍ସ୍ କହିଛନ୍ତି ଯେ, ୨୫ତମ ସଂଶୋଧନର ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ରପତୀୟ ‘ଅସାମର୍ଥ୍ୟତା କିଂବା ଅକ୍ଷମତା’ ଦୂର କରିବା। କିନ୍ତୁ, ଏହାକୁ ନେଇ ‘ହାଉସ୍ ଅଫ୍ ରିପ୍ରେଜେନ୍ଟେଟିଭ୍ସ୍’ ‘ରାଜନୈତିକ ଖେଳ’ ଖେଳୁଥିବା କଥା ସେ ଅଭିଯୋଗ କରିଛନ୍ତି। ଦାବି ପୂରଣ କରିବେ ନାହିଁ ବୋଲି ପେନ୍ସ୍ କହି ସାରିଥିଲେ ମଧ୍ୟ ୨୫ତମ ସଂଶୋଧନ ପ୍ରସ୍ତାବନା ଆଗତ କରି ଭୋଟ୍ ଦେବା ନିମନ୍ତେ ‘ଡେମୋକ୍ରାଟ୍ସ୍’ମାନେ ଯୋଜନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/pt.jpg)