ଆମେରିକା ହିଂସା: ଜର୍ଜ ଫ୍ଲଇଡ୍ ମୃତ୍ୟୁ ବିରୋଧରେ ପ୍ରତିବାଦ ସମୟରେ ୧୭ଟି ସହରରେ ୧୪୦୦ ଗିରିଫ

ଲସ୍ ଏଞ୍ଜେଲେସ୍: ଜର୍ଜ ଫ୍ଲଇଡ୍ ମୃତ୍ୟୁ ବିରୋଧୀ ପ୍ରତିବାଦ ଯୋଗୁଁ ପୁଲିସ ୧୭ଟି ଆମେରିକୀୟ ସହରରେ ୧୪୦୦ ଜଣଙ୍କୁ ଗିରିଫ ଗିରଫ କରିଛି।

ସୋମବାର ଦିନ ମିନ୍ନେସୋଟାରେ ଫ୍ଲଇଡ୍‌ଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଫ୍ଲଇଡ୍‌ଙ୍କ ବେକରେ ଆଠ ମିନିଟ୍‌ରୁ ଅଧିକ ସମୟ ଆଣ୍ଠୁ ମାଡ଼ି ରଖିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଶୁକ୍ରବାର ଦିନ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ବିରୋଧରେ ଥାର୍ଡ-ଡିଗ୍ରି ମର୍ଡର୍ ଚାର୍ଜ କରାଯାଇଛି।

କିନ୍ତୁ, ତାଙ୍କ ଗିରଫଦାରୀ ସମଗ୍ର ଦେଶରେ ଚାଲିଥିବା ପ୍ରତିବାଦକୁ ହ୍ରାସ କରିନାହିଁ। ଅଧିକାଂଶ ପ୍ରତିବାଦ ଶାନ୍ତପୂର୍ଣ୍ଣ ଭାବେ ଚାଲିଥିବା ବେଳେ ଅଳ୍ପ କେତେକ ସ୍ଥାନରେ ହିଂସାକାଣ୍ଡ ଘଟୁଛି। ଏଥିଯୋଗୁଁ ଗୁରୁବାର ଠାରୁ ଅନ୍ୟୂନ ୧, ୩୮୩ ଲୋକଙ୍କୁ ଗିରଫ କରାଯାଇ ସାରିଲାଣି। କିନ୍ତୁ, ଶନିବାର ରାତିରେ ମଧ୍ୟ ପ୍ରତିବାଦ ଚାଲିଥିବାରୁ ବାସ୍ତବ ଗିରଫଦାରୀ ସଂଖ୍ୟା ଅଧିକ ହୋଇପାରେ।

 

ସମ୍ବନ୍ଧିତ ଖବର