ନୂଆଦିଲ୍ଲୀ : ଆମେରିକା ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରିଛି ଏବଂ ଯଦି ଏହା ଜାରି ରହେ ତେବେ ଶୁଳ୍କ ଆହୁରି ବୃଦ୍ଧି କରିବାକୁ ଧମକ ଦେଇଛି। ନୂଆଦିଲ୍ଲୀ ମଧ୍ୟ ଟ୍ରମ୍ପଙ୍କ ବର୍ଦ୍ଧିତ ଧମକକୁ ଦୃଢ଼ ବିରୋଧ କରିଛି ଏବଂ ସ୍ପଷ୍ଟ କରିଛି ଯେ ଭାରତ ତା’ର ସ୍ୱାର୍ଥ ପୂରଣ ପାଇଁ ରୁଷ ସହିତ ସହଯୋଗ ଜାରି ରଖିବ। ଏହି ସମୟରେ, ଭାରତରେ ଅବସ୍ଥାପିତ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟିଙ୍କ ଏକ ପୁରୁଣା ମନ୍ତବ୍ୟ ଏବେ ଭାଇରାଲ ହେଉଛି। ଯାହା ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବକ୍ତବ୍ୟର ସମ୍ପୂର୍ଣ୍ଣ ବିପରୀତ।

Advertisment

ଭାଇରାଲ୍ ଭିଡିଓରେ, ଗାର୍ସେଟି ସ୍ୱୀକାର କରୁଥିବା ଶୁଣାଯାଉଛି ଯେ ୱାଶିଂଟନ୍ ନିଜେ ଭାରତକୁ ବିଶ୍ୱ ତୈଳ ବଜାରର ଦର ସ୍ଥିର ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ସୀମାରେ ମସ୍କୋରୁ ତେଲ କିଣିବାକୁ ଉତ୍ସାହିତ କରିଥିଲା। ଗାର୍ସେଟି ୨୦୨୪ ମସିହାରେ ଆନ୍ତର୍ଜାତୀୟ ବ୍ୟାପାରରେ ବିବିଧତା ସମ୍ବନ୍ଧୀୟ ସମ୍ମିଳନୀରେ କହିଥିଲେ ଯେ ଭାରତର ଏହି ପଦକ୍ଷେପ ଆମେରିକୀୟ ନୀତିର ଏକ ଅଂଶ ଥିଲା।

ଭାଇରାଲ୍ ଭିଡିଓରେ, ଗାର୍ସେଟି ସ୍ୱୀକାର କରୁଥିବା ଶୁଣାଯାଉଛି ଯେ ୱାଶିଂଟନ୍ ନିଜେ ଭାରତକୁ ବିଶ୍ୱ ତୈଳ ବଜାରର ଦର ସ୍ଥିର ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ସୀମାରେ ମସ୍କୋରୁ ତେଲ କିଣିବାକୁ ଉତ୍ସାହିତ କରିଥିଲା। ଗାର୍ସେଟି ୨୦୨୪ ମସିହାରେ ଆନ୍ତର୍ଜାତୀୟ ବ୍ୟାପାରରେ ବିବିଧତା ସମ୍ବନ୍ଧୀୟ ସମ୍ମିଳନୀରେ ଏହା କହିଥିଲେ, ଯେଉଁଠାରେ ସେ କହିଥିଲେ ଯେ ଭାରତର ଏହି ପଦକ୍ଷେପ ଆମେରିକାର ନୀତିର ଏକ ଅଂଶ ଥିଲା।

ସେହିପରି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଏହାକୁ ସ୍ପଷ୍ଟ କରୁଛି । ଗତକାଲି ଭାରତର ବୈଦେଶିକ ମନ୍ତ୍ରାଳୟ ଏକ ବୟାନ ଜାରି କରି କହିଥିଲା ଯେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ତୈଳର ପାରମ୍ପରିକ ଯୋଗାଣଗୁଡ଼ିକ ୟୁରୋପ ଆଡ଼କୁ ଚାଲିଯାଇଥିଲା । ଏହା ପରେ ଭାରତ ବାଧ୍ୟ ହୋଇ ରୁଷରୁ ଆମଦାନୀ କରିଥିଲା। ବିଶ୍ବ ତୈଳ ବଜାରରେ ଭାରସାମ୍ୟ ରକ୍ଷା କରିବାକୁ ଭାରତର ଏହି ପଦକ୍ଷେପକୁ ସେତେବେଳେ ଆମେରିକା ମଧ୍ୟ ସମର୍ଥନ କରୁଥିଲା ।