ତାଇପେଇ :  ୟୁକ୍ରେନ ଯୁଦ୍ଧରେ ରୁଷକୁ ସହାୟତା କରିଥିବାରୁ ଚୀନକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ତାଇଓ୍ବାନ ଗସ୍ତରେ ଯ଼ାଇଥିବା ଆମେରିକୀୟ ସିନେଟର ଲିଣ୍ଡସେ ଗ୍ରାହାମ କହିଛନ୍ତି ।  ପୂର୍ବରୁ ମଧ୍ୟ ଆମେରିକା ଚୀନକୁ ଏହି ପ୍ରସଙ୍ଗରେ ଧମକ ଦେଇସାରିଛି ।

Advertisment

ରୁଷର ୟୁକ୍ରେନ ଉପରେ ଆକ୍ରମଣକୁ ଚୀନ ଏପର୍ଯ୍ୟନ୍ତ ନିନ୍ଦା କରିନାହିଁ । ଏଥିରୁ ଆଶଙ୍କା କରାଯାଉଛି ଯ଼େ ତାଇଓ୍ବାନ ଉପରେ ଚୀନ ମଧ୍ୟ ଆକ୍ରମଣ କରିପାରେ । ଏହାକୁ ଦୃଷ୍ଟିରେ ରଖି ଆମେରିକା ପକ୍ଷରୁ ତାଇଓ୍ବାନ ସୁରକ୍ଷାର ନିୟମିତ ସମୀକ୍ଷା କରାଯାଉଛି । ନିକଟରେ ଲଣ୍ଡସେଙ୍କ ନେତୃତ୍ବରେ ଆମରିକୀୟ ସିନେଟରମାନଙ୍କ ଏକ ଦଳ ତାଇଓ୍ବାନ ଗସ୍ତରେ ଯାଇଛନ୍ତି । ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନଙ୍କ ସହ ଆଲୋଚନା ବେଳେ ଲିଣ୍ଡସେ କହିଛନ୍ତି ଚୀନ ଯ଼ଦି ତାଇଓ୍ବାନ ଉପରେ ଆକ୍ରମଣ କରେ ତେବେ ଆମେରିକା ତାଇଓ୍ବାନ ସପକ୍ଷରେ ଛିଡା ହେବ । କାରଣ ଏପରି କରିବା ଗଣତନ୍ତ୍ର ଓ ସ୍ବାଧୀନତାକୁ ତ୍ୟାଗ କରିବା ସହ ସମାନ ହେବ । ସେ କହିଛନ୍ତି ଯେ ସମଗ୍ର ବିଶ୍ବରେ ଚୀନ ଯାହା କରୁଛି ସେଥିପାଇଁ ଚୀନକୁ ଭୋଗିବାକୁ ପଡିବ । ରୁଷକୁ ସମର୍ଥନ ପାଇଁ ଚୀନକୁ ମୂଲ୍ୟ ଦେବାକୁ ପଡିବ ।

ଅନ୍ୟପକ୍ଷରେ ତାଇଓ୍ବାନକୁ ଆମରିକୀୟ ସିନେଟରମାନଙ୍କ ଗସ୍ତକୁ ଚୀନ ତୀବ୍ର ବିରୋଧ କରିଛି । ଏହା ବିରୋଧରେ ଦୃଢ ପଦକ୍ଷେପ ନିଆଯିବ ବୋଲି ଚୀନ କହିଛି ।