ନୂଆଦିଲ୍ଲୀ : ୟୁକ୍ରେନକୁ ସାମରିକ ସହଯୋଗ ପ୍ରଦାନ କରିବାପାଇଁ ପଶ୍ଚିମ ରାଷ୍ଟ୍ରର ଉପଗ୍ରହ ବ୍ୟବହାର ହେଉଥିବା ଅଭିଯୋଗ ଆଣି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରୁଷ୍ ଧମକ ଦେବାପରେ ଆଜି ଆମେରିକା ଏହାର ଜବାବ ଦେଇଛି। ରୁଷ୍ ପଶ୍ଚିମ ରାଷ୍ଟ୍ରର ଉପଗ୍ରହକୁ ଟାର୍ଗେଟ୍ କରିବ ବୋଲି ଗତକାଲି କହିଥିବା ବେଳେ ଶୁକ୍ରବାର ଦିନ ଆମେରିକାର ଜାତୀୟ ସୁରକ୍ଷା ପରିଷଦ ଯୋଗାଯୋଗ ନିର୍ଦ୍ଦେଶକ ଜନ୍ କିର୍ବି କହିଛନ୍ତି, ଆମେରିକାର ଭିତ୍ତିଭୂମି ଉପରେ ଯଦି କୌଣସି ଆକ୍ରମଣ ହୁଏ ତେବେ ଆମେରିକା ଏହାର ଉଚିତ ଜବାବ ଦେବ। ଇତି ମଧ୍ୟରେ ଆମେରିକା ୟୁକ୍ରେନକୁ ଆହୁରି ଅଧିକ ସାମରିକ ସହାୟତା ଦେବାପାଇଁ ଯୋଜନା କରିଛି। ଆମେରିକା ୟୁକ୍ରେନ୍କୁ ୨୭୫ ନିୟୁତ ଡଲାରର ସାମରିକ ସହାୟତା ଦେବ। ଆମେରିକା ପୂର୍ବରୁ ୟୁକ୍ରେନ୍କୁ ୧୭ ବିଲିଅନ ଡଲାର ମୂଲ୍ୟର ସାମରିକ ସହାୟତା ପ୍ରଦାନ କରିଛି।
ଉଲ୍ଲେଖଯୋଗ୍ୟ, ଜାତିସଂଘର ଅସ୍ତ୍ର ନିୟନ୍ତ୍ରଣ କମିଟିରେ ରୁଷ୍ ପ୍ରତିନିଧି ମଣ୍ଡଳର ଉପମୁଖ୍ୟ କହିଛନ୍ତି, ୟୁକ୍ରେନ ଯୁଦ୍ଧରେ ଆମେରିକା ଏବଂ ଅନ୍ୟ ପଶ୍ଚିମ ରାଷ୍ଟ୍ରମାନଙ୍କ ଉପଗ୍ରହ ବ୍ୟବହାର ହୋଇଥିବାରୁ ଏହାର କଡ଼ା ଜବାବ ମିଳିବ। ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି କହିଛନ୍ତି, ୟୁକ୍ରେନ ଗତ ୨ ସପ୍ତାହ ମଧ୍ୟରେ ରୁଷ୍ର ୨୩ଟି ଡ୍ରୋନ୍କୁ ଖସାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/kirby.jpg)