ବେଜିଂ : ଦକ୍ଷିଣଚୀନ୍ ସାଗରରେ ଆମେରିକୀୟ ଯୁଦ୍ଧ ଯାହାଜକୁ ଦେଖି ଆମେରିକା ଉପରେ ଚୀନ୍ କ୍ଷୁବ୍ଧ ହୋଇଛି। ଚୀନ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଲୁ କାଙ୍ଗ ଗଣମାଧ୍ୟମରେ ଆମେରିକାକୁ ଏନେଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ,ଚୀନ୍ ସୀମାରେ ଆମେରିକାର ଏଭଳି ଅନୁପ୍ରବେଶକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏହାଦ୍ୱାରା ଦେଶର ସାର୍ବଭୌମତ୍ୱ ହାନି ହେଉଥିବାରୁ ଚୀନ୍ ଏହି ପ୍ରସଙ୍ଗରେ ଆମେରିକାକୁ କ୍ଷମା କରିବ ନାହିଁ। ଆମେରିକା ଅତିଶୀଘ୍ର ତାହାର ଭୁଲ ସୁଧାରି ନେଉ ନଚେତ୍ ପରିମାଣ ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ,ଆମେରିକାର ଏଭଳି କାର୍ଯ୍ୟକଳାପ ଯୋଗୁଁ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ,ଶାନ୍ତି ଓ ସ୍ଥିରତାରେ ନକରାତ୍ମକ ପ୍ରଭାବ ପଡୁଛି। ଉଲ୍ଲେଖଯୋଗ୍ୟ,ଗତ ବୁଧବାର ଦିନ ଆମେରିକା ନୌସେନା ଜାହାଜ ୟୁଏଏସ୍ ହାମ୍ପର ଚୀନ୍ର ହ୍ଵାଙ୍ଗୟାନ୍ ଦ୍ୱୀପ ନିକଟରେ ପଶି ଯାଇଥିଲା। ଚୀନ୍ ନୌସେନା ଏହି ଖବର ପାଇବା ମାତ୍ରେ ଆମେରିକା ଜାହାଜକୁ ଉକ୍ତସ୍ଥାନରୁ ବାହାର କରିଦେଇଥିଲେ।
ଦକ୍ଷିଣ ଚୀନ୍ ସାଗରରେ ଆମେରିକୀୟ ଯୁଦ୍ଧ ଜାହାଜ, ଭୟଙ୍କର ପରିଣାମ ପାଇଁ ଚୀନ୍ର ଚେତାବନୀ
/sambad/media/post_attachments/wp-content/uploads/2017/11/SOUTHKOREAKOREASTENSION.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)