ୱାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକା ସେନା ସବୁଦିନ ପାଇଁ ଅପସାରିତ ହୋଇ ଆସିଥିଲେ ମଧ୍ୟ ଆବଶ୍ୟକ ହେଲେ ଭବିଷ୍ୟତରେ ‘ଇସ୍‌ଲାମିକ୍‌ ଷ୍ଟେଟ୍‌-ଖୋରସାନ୍‌ ପ୍ରଦେଶ’ ଏବଂ ଆଫଗାନିସ୍ତାନ ମଧ୍ୟରେ ଥିବା ଅନ୍ୟମାନଙ୍କ ଉପରେ ଡ୍ରୋନ୍‌ ଆକ୍ରମଣ କରାଯିବ ବୋଲି ଆମେରିକୀୟ ସରକାର ସ୍ପଷ୍ଟ ଭାବେ କହିଥିବା କଥା ପେଣ୍ଟାଗନ୍‌ ପ୍ରେସ୍‌ ସଚିବ ଜନ୍‌ କିର୍ବି ଗଣମାଧ୍ୟମ ସହ କରିଥିବା ସାକ୍ଷାତ୍‌କାରରେ କହିଛନ୍ତି।

Advertisment

ଗତ ଅଳ୍ପ ଦିନ ତଳେ ‘ଆଇଏସ୍‌ଆଇଏସ୍‌-କେ ଷଡ଼ଯନ୍ତ୍ରକାରୀ’ ଏବଂ ସନ୍ଦିଗ୍ଧ ଆତ୍ମଘାତୀ କାର୍‌ ବୋମା ବିସ୍ଫୋରଣକାରୀ ବୋଲି କୁହାଯାଉଥିବା ବ୍ୟକ୍ତିବି‌ଶେଷଙ୍କ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ବହୁବାର ଡ୍ରୋନ୍‌ ଆକ୍ରମଣ କରିଛି। ଆତ୍ମଘାତୀ ବୋମା ବିସ୍ଫୋରଣରେ ଯୁକ୍ତରାଷ୍ଟ୍ର ଆମେରିକାର ୧୩ଜଣ ସୈନିକ ନିହତ ହୋଇଥିଲେ। କିର୍ବି କହିଛନ୍ତି, ଯଦି ଭବିଷ୍ୟତରେ ଏ ଭଳି ବିପଦ ଆଶଙ୍କା କରାଯାଏ, ତେବେ ପେଣ୍ଟାଗନ୍‌ ଡ୍ରୋନ୍‌ ଆକ୍ରମଣ କରିବ।

publive-image Image Courtesy of BBC

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭବିଷ୍ୟତରେ ପଡ଼ିବାକୁ ଥିବା ବିପତ୍ତିରୁ ଆମ ଜାତୀୟ ସ୍ବାର୍ଥ ସବୁକୁ ନିରାପଦ ଏବଂ ସୁରକ୍ଷିତ ରଖିବା ସାମର୍ଥ୍ୟ ଆମର ଅଛି। ଭବିଷ୍ୟତ ଅଭିଯାନର ପରିକଳ୍ପନା ନ ପାଇ ମୁଁ ଆଉ କ’ଣ ବା କହିପାରିବି। ଆମେ ଆମର ସାମର୍ଥ୍ୟ ବଜାୟ ରଖିବା ସହ ଆବଶ୍ୟକ ମତେ ସେସବୁ ଉପଯୋଗ କରିବୁ।