ନୂଆଦିଲ୍ଲୀ: ୨୦୨୧ ଜୁଲାଇ ୬ ତାରିଖରୁ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନରୁ ଓହରି ଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ ଗ୍ରହଣ କରିଥିବା ନିଷ୍ପତ୍ତି ସଂକ୍ରାନ୍ତରେ ବିଜ୍ଞପ୍ତି ପାଇବା ପରେ ମଙ୍ଗଳବାର ଦିନ ଜାତିସଂଘ କହିଛି। କରୋନାଭାଇରସ୍ ମହାମାରୀ ବେଳେ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ଚୀନ୍ ହାତରେ କ୍ରୀଡ଼ନକ ସାଜିଥିଲା ବୋଲି ଯୁକ୍ତରାଷ୍ଟ୍ର ଆମେରିକା ସବୁବେଳେ ଦୋଷ ଦେଇ ଆସୁଥିଲା।
ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନରୁ ଓହରି ଯିବ ବୋଲି ଟ୍ରମ୍ପ୍ ମାସେ ତଳୁ ଘୋଷଣା କରିଥିଲେ। ଓହରି ଯିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା କଂଗ୍ରେସର ୧୯୪୮ ମସିହା ମିଳିତ ପ୍ରସ୍ତାବନା ଆଧାରରେ ଜେନେଭାସ୍ଥିତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ୱାସିଂଟନ୍ ଏକବର୍ଷିଆ ନୋଟିସ୍ ଦେବା ସହ ବକେୟା ଥିବା ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ପଡ଼ିବ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୱେବ୍ସାଇଟ୍ ଅନୁସାରେ, ଏବେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ୨୦୦ ନିୟୁତ ଡଲାର୍ରୁ ଅଧିକ ଦେୟ ବକେୟା ପଡ଼ିଛି।
/sambad/media/post_attachments/wp-content/uploads/2020/07/who-1-300x200.jpg)
କରୋନାଭାଇରସ୍ ମହାମାରୀ ସଂକ୍ରମଣ ପ୍ରସଙ୍ଗରେ ଚୀନ୍ ସହ ଉତ୍ତେଜନା ବଢ଼ିବାରୁ ୭୦ ବର୍ଷରୁ ଅଧିକ କାଳ ସଦସ୍ୟ ରହିବା ପରେ ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଛାଡ଼ିବାକୁ ପଦକ୍ଷେପ ନେଇଛି। ଭୂତାଣୁ ସଂକ୍ରାନ୍ତରେ ଚୀନ୍ ଦେଇଥିବା ବିଭ୍ରାନ୍ତିକର ତଥ୍ୟକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରସାର କରିଥିଲା ବୋଲି ଟ୍ରମ୍ପ୍ ଅଭିଯୋଗ କରିଥିଲେ। କିନ୍ତୁ, ଟ୍ରମ୍ପ୍ଙ୍କ ଅଭିଯୋଗକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅସ୍ବୀକାର କରିଛି।
ଏଠାରେ ପ୍ରକାଶଯୋଗ୍ୟ କି, ଆସନ୍ତା ନଭେମ୍ବର ନିର୍ବାଚନରେ ଯଦି ଟ୍ରମ୍ପ୍ ତାଙ୍କ ଡେମୋକ୍ରାଟିକ୍ ପ୍ରତିଦ୍ବନ୍ଦ୍ବୀ ତଥା ପୂବର୍ତନ ଉପରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଠାରୁ ପରାସ୍ତ ହୁଅନ୍ତି ତେବେ ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଛାଡ଼ିବା ନିମନ୍ତେ ଟ୍ରମ୍ପ୍ଙ୍କ ନିଷ୍ପତ୍ତି ବଦଳିଯାଇ ପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/trump-2.jpg)