ଦୋହା: ମଧ୍ୟପ୍ରାଚ୍ୟରେ ସଙ୍କଟ ଘନେଇବାରେ ଲାଗିଛି। ଇରାନରେ ଚାଲିଥିବା ବିରୋଧ ମଧ୍ୟରେ, କତାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ପଦକ୍ଷେପ ନେଇଛି। ସୁରକ୍ଷା କାରଣରୁ କିଛି କର୍ମଚାରୀଙ୍କୁ ଅଲ୍ ଉଦୈଦ୍ ବାୟୁସେନା ଘାଟିରୁ ପ୍ରତ୍ୟାହାର କରାଯାଉଛି ବୋଲି କତାର ସରକାରଙ୍କ ଆନ୍ତର୍ଜାତୀୟ ଗଣମାଧ୍ୟମ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛି। ଏହି ନିଷ୍ପତ୍ତି ଏପରି ସମୟରେ ନିଆଯାଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ ଚାଲିଥିବା ଅଶାନ୍ତିରେ ହସ୍ତକ୍ଷେପ କରିବାକୁ ଚେତାବନୀ ଦେଇଛନ୍ତି। ଆଞ୍ଚଳିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଯାହା ଦ୍ଵାରା କୌଣସି ସମ୍ଭାବ୍ୟ ସାମରିକ ସଂଘର୍ଷ ହେଲେ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ।
ଇରାନ ପାରୁପର୍ଯ୍ୟନ୍ତ ନିଜକୁ ରକ୍ଷା କରିବ।
କତାରର ଅଲ୍ ଉଦୈଦ୍ ବାୟୁସେନା ଘାଟି ମଧ୍ୟପ୍ରାଚ୍ୟରେ ସବୁଠାରୁ ବଡ଼ ଆମେରିକୀୟ ସାମରିକ ଘାଟି। ଘାଟିରେ ପ୍ରାୟ ୧୦,୦୦୦ ଆମେରିକୀୟ ସୈନ୍ୟ ମୁତୟନ ରହିଥିବା କୁହାଯାଉଛି। ରଏଟର୍ସ ଏବଂ ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ବର୍ତ୍ତମାନର ସୁରକ୍ଷା ପରିସ୍ଥିତି ଯୋଗୁ ବୁଧବାର ସନ୍ଧ୍ୟା ସୁଦ୍ଧା କିଛି କର୍ମଚାରୀଙ୍କୁ ଘାଟି ଛାଡିବାକୁ ପରାମର୍ଶ ଦିଆଯାଇଥିଲା। କତାରର ଅନ୍ତର୍ଜାତୀୟ ଗଣମାଧ୍ୟମ କାର୍ଯ୍ୟାଳୟ (ଆଇଏମ୍ଓ) ସ୍ପଷ୍ଟ କରିଛି, ଏହି ପଦକ୍ଷେପ ଆଞ୍ଚଳିକ ଉତ୍ତେଜନା ଯୋଗୁ ନିଆଯାଇଛି। ଇରାନର ପ୍ରତିରକ୍ଷା ମନ୍ତ୍ରୀ ଅଜିଜ୍ ନାସିରଜାଦେହ ସାମରିକ ସ୍ଥିତି ଉପରେ କଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି, ଇରାନ ପାରୁପର୍ଯ୍ୟନ୍ତ ନିଜକୁ ରକ୍ଷା କରିବ। ସେ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି , ଯଦି ୱାସିଂଟନ କୌଣସି ପ୍ରକାରେ ହସ୍ତକ୍ଷେପ କରେ, ତେବେ ଆମେରିକୀୟ ସାମରିକ ଘାଟି ଥିବା ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯିବ। ଇରାନ କହିଛି ଆମର ପ୍ରତିଶୋଧ ଅତ୍ୟନ୍ତ ଯନ୍ତ୍ରଣାଦାୟକ ହେବ ଏବଂ ବିଶ୍ୱ ସ୍ତରରେ ଆମେରିକୀୟ ସ୍ୱାର୍ଥକୁ କ୍ଷତି ପହଞ୍ଚାଇବ।
ଉତ୍ତେଜନା ବୃଦ୍ଧି ପାଉଥିବାରୁ, ଇରାନ ମଧ୍ୟ ଏକ କୂଟନୈତିକ ମୋର୍ଚ୍ଚା ଖୋଲିଛି, ଜାତିସଂଘରେ ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛି। ଇରାନୀ ରାଷ୍ଟ୍ରଦୂତ ଆମିର ସଇଦ ଇରାଭାନି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲ ମାଧ୍ୟମରେ ଟ୍ରମ୍ପ ହିଂସାକୁ ଉସୁକାଉଥିବା ଅଭିଯୋଗ କରିଛନ୍ତି। ସେ ଆମେରିକାର ବଳପ୍ରୟୋଗ ଧମକ ଏବଂ ଇରାନର ସାର୍ବଭୌମତ୍ୱ ଉଲ୍ଲଂଘନର କଡ଼ା ନିନ୍ଦା କରିବାକୁ ସୁରକ୍ଷା ପରିଷଦକୁ ଆହ୍ୱାନ କରିଛନ୍ତି। କତାର ସରକାର ଦୋହରାଇଛନ୍ତି,ଆମର ନାଗରିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା। ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଅଲ୍ ଉଦେଦ୍ ବାୟୁସେନା ଘାଟି କେବଳ ଆମେରିକା ପାଇଁ ନୁହେଁ ବରଂ ଗତ ବର୍ଷ ଇରାନ କ୍ଷେପଣାସ୍ତ୍ର ଆକ୍ରମଣର ଶିକାର ହୋଇଥିବା କତାର ପାଇଁ ମଧ୍ୟ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ। କତାର ବର୍ତ୍ତମାନ ଏହି ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବା ଏବଂ ଆଲୋଚନା ଆରମ୍ଭ କରିବା ପାଇଁ ମଧ୍ୟସ୍ଥତା ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରୁଛି।
ଆହୁରି ପଢ଼ନ୍ତୁ: Washington Sundar ruled out of T20 series: ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ସିରିଜରୁ ମଧ୍ୟ ବାଦ୍ ପଡ଼ିଲେ ଓ୍ବାସିଂଟନ ସୁନ୍ଦର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/15/al-udeid-air-base-2026-01-15-12-45-11.jpg)