କୁମ୍ଭମେଳାରେ ଟଏଲେଟ୍‌ କେଫ୍‌ ଖୋଲି ପରିଚ୍ଛନ୍ନତାର ପ୍ରଚାର କରୁଛନ୍ତି ଆମେରିକୀୟ ସାଧ୍ୱୀ ମହିଳା

ପ୍ରୟାଗରାଜ: ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ଜଣେ ସ୍ନାତକ ଏବେ ସାଧ୍ୱୀ ହୋଇ କୁମ୍ଭମେଳାରେ ‘ଟଏଲେଟ୍‌ କାଫେଟେରିଆ’ ଖୋଲି ପରିଚ୍ଛନ୍ନତା ସଂକ୍ରାନ୍ତରେ ପ୍ରଚାର କରୁଛନ୍ତି। କମୋଡ ଷ୍ଟାଇଲ୍‌ର ଚେୟାର୍‌ସ୍‌ ଥିବା ଏହି କାଫେଟି ବାହାରେ ମଳତ୍ୟାଗ ନ କରି ଶୌଚାଳୟ ବ୍ୟବହାର କରିବାକୁ ଉତ୍ସାହ ଦେଉଛି।

ସେ ସାଧ୍ୱୀ ମହିଳାଜଣକ କହନ୍ତି, ସ୍ନାତକ ଶେଷ କରି ମୁଁ ପ୍ରଥମେ ୧୯୯୬ ମସିହାରେ ଭାରତକୁ ଆସିଲି। ମୁଁ ଋଷିକେଶ ପରିଦର୍ଶନ କରିବା ବେଳେ ହିନ୍ଦୁ ଧର୍ମ ଏବଂ ପରମ୍ପରା ମତେ ପ୍ରଭାବିତ କଲା। ସେବେ ଠାରୁ ମୁଁ ଜଣେ ‘ସନ୍ନ୍ୟାସିନୀ’ ଭାବେ କାମ କରୁଛି। ମୋ ଅତୀତ ଜୀବନ ପରିତ୍ୟାଗ କରିଥିବାରୁ ମୋ ପ୍ରକୃତ ନାମ କହୁନାହିଁ, କିନ୍ତୁ ଲୋକେ ଏବେ ମତେ ‘ସାଧ୍ୱୀ ଭଗବତୀ ସରସ୍ୱତୀ’ ବୋଲି ଡାକୁଛନ୍ତି।

କୁମ୍ଭରେ ହୋଇଥିବା ପ୍ରସ୍ତୁତିକୁ ସେ ପ୍ରଶଂସା କରି କହନ୍ତି ପରିଚ୍ଛନ୍ନତା ଲାଗି ସରକାର କରିଥିବା କାମ ପ୍ରଶଂସାଯୋଗ୍ୟ।

ପରିଚ୍ଛନ୍ନତା ଏବଂ ସ୍ୱାସ୍ଥ୍ୟ ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ମନେହୁଏ। ଶୌଚାଳୟ ବ୍ୟବହାର କରିବା, ବାହାରେ ମଳତ୍ୟାଗ ନ କରିବା ଏବଂ ଉତ୍ତମ ରୂପେ ହାତ ଧୋଇବା ଗୁରୁତ୍ୱପୂର୍ଣ୍ଣ କଥା। ସବୁ ଦିନ ସକାଳେ ଆମେ ଖାଲି ବ୍ୟାଗ୍‌ ଧରି ଆବର୍ଜ୍ଜନା ଗୋଟାଇ ଯାଉଛୁ, କିନ୍ତୁ ସରକାର ଉପଯୁକ୍ତ ନିରାପତ୍ତା ଏବଂ ଲକ୍ଷ ଲକ୍ଷ ଶୌଚାଳୟ ନିର୍ମାଣ କରିଥିବାରୁ ତାହା ମିଳିବା କଷ୍ଟକର ହେଉଛି।

ସମ୍ବନ୍ଧିତ ଖବର