ରେସ୍ତୋରାଁରେ ପିଲା ଜନ୍ମ କଲେ ଆମେରିକୀୟ ମହିଳା, ଜନ୍ମ ପରେ ନବଜାତକକୁ ମିଳିଲା ଆଜୀବନ ମାଗଣା ଖାଦ୍ୟ ଏବଂ ଚାକିରିର ଅଫର

ନୂଆଦିଲ୍ଲୀ: ସବୁଦିନ ଭଳି ସେଦିନ ମଧ୍ୟ ମ୍ୟାଗି ଗ୍ରିଫିନ୍‌ ଏବଂ ତାଙ୍କ ସ୍ୱାମୀ ରବର୍ଟ ରାତ୍ରି ଭୋଜନ ସାରିବା ପରେ ନିଜର ଦୁଇ ଝିଅଙ୍କ ସହ ଘରକୁ ଫେରୁଥିଲେ । ରେସ୍ତୋରାଁର ପାର୍କିଙ୍ଗରେ ପହଞ୍ଚି ନିଜର ଦୁଇ ଝିଅଙ୍କୁ ସଂପର୍କିୟଙ୍କ ଗାଡ଼ିରେ ବସାଇଥିଲେ ମ୍ୟାଗି । ଠିକ୍‌ ଏହି ସମୟରେ ଆରମ୍ଭ ହୋଇଥିଲା ମ୍ୟାଗିଙ୍କ ପ୍ରସବ ଯନ୍ତ୍ରଣା । ପ୍ରସବର ସମୟ ପାଖ ଥିବା ବେଳେ ଏତେ ଶୀଘ୍ର ଯନ୍ତ୍ରଣା ଆରମ୍ଭ ହୋଇଯିବ ବୋଲି ମ୍ୟାଗିଙ୍କୁ ଜଣା ନଥିଲା । ମ୍ୟାଗିଙ୍କ ଅବସ୍ଥା ଦେଖି ରବର୍ଟ ତାଙ୍କୁ ପାଖରେ ଥିବା ଏକ ରେସ୍ତୋରାଁକୁ ନେଇ ଯାଇଥିଲେ । ସେତେବେଳକୁ ରେସ୍ତୋରାଁଟି ବନ୍ଦ ହେବା ଉପରେ । ମ୍ୟାଗି ରେସ୍ତୋରାଁର କର୍ମଚାରୀମାନଙ୍କୁ ଶୌଚାଳୟ ଯିବାକୁ କହିବା ପରେ ତାଙ୍କ ଅବସ୍ଥା ଦେଖି ଭିତରକୁ ଯିବାକୁ ଦେଇଥିଲେ ରେସ୍ତୋରାଁ କର୍ମଚାରୀ ।

The WAU

ଏତେ ରାତିରେ ଡ଼ାକ୍ତରଖାନା ଯିବା ସୁବିଧା ନଥିବାରୁ ରେସ୍ତୋରାଁରେ ହିଁ ତାଙ୍କର ପ୍ରସବ କରାଇବାକୁ ନିଷ୍ପତ୍ତି ନେଇଥିଲେ ରବର୍ଟ । ରେସ୍ତୋରାଁ ଶୌଚାଳୟରେ ମ୍ୟାଗି ବସିଥିବା ବେଳେ ନିଜ ସନ୍ତାନର ମୁଣ୍ଡ ବାହାରକୁ ଆସୁଥିବା ରବର୍ଟ ଦେଖି ପାରିଥିଲେ । ଏହି ସମୟରେ ମ୍ୟାଗି ଜୋର ଜୋରରେ ପାଟି କରୁଥିବା ବେଳେ ତାଙ୍କୁ ଶାନ୍ତ କରାଇ ବାହାରିଥିବା ଅଧା ମୁଣ୍ଡକୁ ଟାଣିଥିଲେ ରବର୍ଟ । ନିଜେ ପିନ୍ଧିଥିବା ସାର୍ଟ ସାହାଯ୍ୟରେ ସେ ନବଜାତକୁ ବାହାର କରିବାରେ ସଫଳ ହୋଇଥିଲେ । ଏହା ପରେ ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲା । ଜନ୍ମପରେ ନବଜାତର ନାଁ ଗ୍ରାସେଲିନ୍‌ ରଖାଯାଇଥିବା ବେଳେ ଯେଉଁ ରେସ୍ତୋରାଁ ତା’ର ଜନ୍ମ ହୋଇଥିଲା, ସେଠରେ ତାକୁ ଆଜୀବନ ମାଗଣା ଖାଦ୍ୟ ଏବଂ ୧୪ବର୍ଷ ହେବା ପରେ ଚାକିରି ମଧ୍ୟ ଦିଆଯିବ ବୋଲି ରେସ୍ତୋରାଁ ପକ୍ଷରୁ ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର