ଟିଣ୍ଡର ଆପ୍‌ରେ ବାଥ୍‌ରୁମ୍‌ରେ ଠିଆ ହୋଇଥିବାର ଫଟୋ ସେୟାର କଲେ ମହିଳା, ଡ଼େଟ୍‌ରେ ଯିବା ପାଇଁ ପ୍ରସ୍ତାବ ଦେବା ପରିବର୍ତ୍ତେ ପଛପଟେ ଥିବା ଗୋଟେ ଜିନିଷକୁ ନେଇ ଉପଦେଶ ଦେଲେ ବ୍ୟବହାରକାରୀ

ନୂଆଦିଲ୍ଲୀ: ଆଜିକାଲି ଏହି ଅନ୍‌ଲାଇନ୍‌ ଦୁନିଆରେ କେତେବେଳେ କିଏ ପ୍ରସିଦ୍ଧ ହେବ, ତା’ହା କେହି କହି ପାରିବେ ନାହିଁ । କିଛି ମାସ ଭିତରେ ଏମିତି ଅନେକ ଲୋକ ସାଧାରଣରୁ ସେଲିବ୍ରିଟି ବନି ଯାଇଛନ୍ତି । କିଛି ଲୋକଙ୍କୁ ପ୍ରଶଂସା କରାଯାଉଥିବା ବେଳେ କିଛି ଲୋକ ଟ୍ରୋଲର ଶିକାର ହୋଇଥାନ୍ତି । ଆମେରିକାର ଜଣେ ମହିଳାଙ୍କ ସହିତ ଏମିତି ଏକ ଘଟଣା ଘଟିଛି । ସୋସିଆଲ ମିଡ଼ିଆ ଆପ୍‌ରେ ଅମେରିକାର ଜଣେ ମହିଳା ନିଜର ଫଟୋ ଅପ୍‌ଲୋଡ଼ କରି ଟ୍ରୋଲର ଶିକାର ହୋଇଥିବା ଜଣା ପଡ଼ିଛି । ବର୍ଷେ ପୂର୍ବରୁ ଏହି ଫଟୋଟି ଅପ୍‌ଲୋଡ଼ ହୋଇଥିବା ବେଳେ ଏବେ ଏହି ଫଟୋକୁ ନେଇ ଏକ ମଜାଦାର କଥା କହିଛନ୍ତି ଆମେରିକୀୟ ମହିଳା ହାନା ।

ସୂଚନା ମୁତାବକ, ବର୍ଷେ ହାନା ଟିଣ୍ଡର ଆପ୍‌ରେ ବାଥ୍‌ରୁମ୍‌ରେ ଠିଆ ହୋଇଥିବାର ଏକ ଫଟୋ ଅପ୍‌ଲୋଡ଼ କରିଥିଲେ । ଫଟୋ ଅପ୍‌ଲୋଡ଼୍‍ କରିବା ପରେ ୨୩ଜଣ ଯୁବକ ତାଙ୍କୁ ସଂପର୍କ କରିଥିଲେ । କିନ୍ତୁ ସେମାନେ ତାଙ୍କୁ ଡ଼େଟ୍‌ରେ ଯିବା ପାଇଁ ପ୍ରସ୍ତାବ ଦେବା ପରିବର୍ତ୍ତେ ବାଥ୍‌ରୁମ୍‌ରେ ରଖା ଯାଇଥିବା ଟଏଲେଟ୍‌ ପେପର ଠିକ୍‌ ଭାବରେ ରଖା ଯାଇ ନାହିଁ ବୋଲି କହିଥିଲେ । ହାନା ଲଗାତାର ୨୩ଜଣଙ୍କଠାରୁ ସମାନ ପ୍ରତିକ୍ରିୟା ପାଇବା ପରେ ନିଜର ଅନୁଭୁତିକୁ ଟ୍ଵିଟରରେ ସେୟାର କରିଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର