ଟେକ୍ସାସ୍: ପ୍ରେମିକଙ୍କ ଫୋନ୍ରେ ଅନ୍ୟ ଜଣେ ତରୁଣୀ ଉତ୍ତର ଦେବାରୁ ରବିବାର ରାତିରେ ଆମେରିକାର ଟେକ୍ସାସ୍ର ସାନ୍ ଆଣ୍ଟୋନିଓ ଅଞ୍ଚଳର ଜଣେ ତରୁଣୀ ତାଙ୍କ (ପ୍ରେମିକ) ଘର ପୋଡ଼ି ଦେଇଥିବା କଥା ବେକ୍ସାର୍ ‘କାଉଣ୍ଟି ସେରିଫ୍ ଅଫିସ୍’ କହିଛି।
ପୋଲିସ କହିଛି, ୨୩ ବର୍ଷୀୟ ସିନୈଦା ମେରି ସୋଟୋ ରାତି ୨ଟା ପୂର୍ବରୁ ତାଙ୍କ ପ୍ରେମିକଙ୍କ ପୈତୃକ ଘରେ ପଶି କେତେକ ଜିନିଷ ଚୋରାଇ ନେବା ପରେ ନିଆଁ ଲଗାଇ ଦେଇଛନ୍ତି।
‘ସେରିଫ୍’ ବିଭାଗ କହିବା ଅନୁସାରେ, ସନୈଦା ତାଙ୍କ ପ୍ରେମିକଙ୍କ ନିକଟକୁ କରିଥିବା ଭିଡିଓ କଲ୍ର ଉତ୍ତର ଅନ୍ୟ ଜଣେ ତରୁରୀ ଦେଇଥିଲେ।
‘ଫେସ୍ବୁକ୍’ରେ ପୋଷ୍ଟ୍ ହୋଇଥିବା ନିଉଜ୍ ରିଲିଜ୍ରେ ପୁଲିସ ଲେଖିଛି, ବେଆଇନ ଭାବେ ପର ଘରେ ପ୍ରବେଶ କରିବା ଏବଂ ଘରପୋଡ଼ି ଅଭିଯୋଗରେ ସୋଟୋଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଛି।
ତଦନ୍ତକାରୀ ପୁଲିସ କହିଛି, ଈର୍ଷାରେ ଉତ୍କ୍ଷିପ୍ତା ସୋଟୋ ରାତି ୧.୪୫ରେ ତାଙ୍କ ପ୍ରେମିକଙ୍କ ଘରକୁ ଯାଇ ‘ଲିଭିଙ୍ଗ୍ ରୁମ୍’ରେ ପଡ଼ିଥିବା କୋଚ୍ରେ ନିଆଁ ଲାଗାଇ ଦେଇଥିବା ‘ସର୍ଭିଲେନ୍ସ୍ ଭିଡିଓ’ରେ ରେକର୍ଡ ହୋଇଛି। ତା’ପର ନିଆଁ ଘର ସାରା ବ୍ୟାପିଯାଇ ୫୦,୦୦୦ ଡଲାର୍ରୁ ଊର୍ଦ୍ଧ୍ବ କ୍ଷୟକ୍ଷତିର କାରଣ ହୋଇଛି।
ନିଆଁ ଲଗାଇ ସାରିବା ପରେ ସୋଟୋ ପ୍ରେମିକଙ୍କ ପାଖକୁ ମେସେଜ୍ କରିଥିଲେ, ଆଶାକରେ ତୁମ ଘରଦ୍ବାରା ଠିକ୍ଠାକ୍ ଥିବ।
ପରେ ଜଣାପଡ଼ିଲା, ସୋଟୋଙ୍କ ଫୋନ୍ରେ ଉତ୍ତର ଦେଇଥିବା ତରୁଣୀଜଣକ ତାଙ୍କର (ପ୍ରେମିକ) ଜଣେ ଆତ୍ମୀୟ।