ଓ୍ଵାସିଂଟନ୍‌: ହୀରା ବ୍ୟବସାୟୀ ନୀରବ ମୋଦି ଆମେରିକାରେ ଲୁଚିଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, କିନ୍ତୁ ଏନେଇ ସଠିକ ସୂଚନା ଆମେରିକା ସରକାରଙ୍କ ପାଖରେ ନାହିଁ। ଆମେରିକାର ଷ୍ଟେଟ ଡିପାର୍ଟମେଣ୍ଟର ଜନୈକ ଅଧିକାରୀ ଏହି ସୂଚନା ଦେଇଛନ୍ତି।

Advertisment

ହଜାରହଜାର କୋଟି ଟଙ୍କା ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରୁ ଠକି ନେଇଥିବା ହୀରା ବ୍ୟବସାୟୀ ନୀରବ ଆମେରିକାରେ ଅଛନ୍ତି କି ବୋଲି ପଚରାଯିବାରୁ ଏହି ଅଧିକାରୀ କହିଥିଲେ କି ଆମେ ମଧ୍ୟ ଏପରି କଥା ଗଣାମାଧ୍ୟମରୁ ପଢ଼ୁଛୁ, କିନ୍ତୁ ନୀରବ ଆମେରିକାରେ ଅଛନ୍ତି କି ନାହିଁ ତାହା ଆମକୁ ଜଣାନାହିଁ। ତେଣେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି କି ନୀରବ ନ୍ୟୁୟର୍କରେ ଅଛନ୍ତି।

publive-image

ନୀରବକୁ ଧରିବାରେ ଆମେରିକୀୟ ଷ୍ଟେଟସ୍‌ ଡିପାର୍ଟମେଣ୍ଟ ଭାରତ ସରକାରଙ୍କୁ ସହାୟତା ପ୍ରଦାନ କରିବା ପ୍ରସଙ୍ଗରେ ଆମେରିକା ସରକାରଙ୍କ ମୁଖପାତ୍ର କହିଛନ୍ତି ଯେ ଏହା ଡିପାର୍ଟମେଣ୍ଟ ଅଫ ଜଷ୍ଟିସ୍‌ର ପରିସରଭୁକ୍ତ । ଏ ମାମଲାରେ ଭାରତୀୟ କର୍ତ୍ତୁପକ୍ଷଙ୍କୁ କିଭଳି ସହାୟତା କରାଯିବ ତାହା ଜଷ୍ଟିସ୍‌ ଡିପାର୍ଟମେଣ୍ଟ ନିଷ୍ପତ୍ତି ନେବ। ଅନ୍ୟପକ୍ଷରେ ଡିପାର୍ଟମେଣ୍ଟ ଅଫ ଜଷ୍ଟିସ୍‌ ନୀରବ ମୋଦିଙ୍କ ମାମଲା ନେଇ କୌଣସି ମତ ଦେବାକୁ ମନା କରିଦେଇଛନ୍ତି।

ପିଏନ୍‌ବି ଠକେଇ ମାମଲାରେ ୧୨,୦୦୦କୋଟିର ଘୋଟାଲା କରିଥିବା ଅଭିଯୋଗରେ ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ଶୀଙ୍କ ବିରୋଧରେ ସିବିଆଇ ଏବଂ ଇଡି ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। ମୋଦି ଓ ଚୋକ୍‌ଶୀଙ୍କୁ ଗିରଫ କରିବା ଲାଗି ସିବିଆଇ ଇଣ୍ଟରପୋଲ୍‌ର ସହାୟତା ମଧ୍ୟ ଦେଇଛି। ଖବର ପ୍ରକାଶ ପାଇଛି କି, ନୀରବ ନ୍ୟୁୟର୍କରେ ଆତ୍ମଗୋପନ କରିଛନ୍ତି।