ଡାମାସ୍କସ୍: ସିରିଆ ଗୃହଯୁଦ୍ଧ ଦିନକୁ ଦିନ ଅଧିକ ଭୟଙ୍କର ରୂପ ନେଉଛି। ଆଜି ପୂର୍ବ ଘୋଟା ପ୍ରଦେଶରେ ପୁଣି ଆମେରିକାର ବିମାନ ଆକ୍ରମଣରେ ୩୬ ଜଣଙ୍କର ମୃତ୍ୟୁ ହୋଇଛି। ଆଜିକୁ ମିଶାଇ ୭ ଦିନ ମଧ୍ୟରେ ଏହି ଗୃହ ଯୁଦ୍ଧରେ ୧୩୦ ୬ଶହରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୩ହଜାରରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହି ଆକ୍ରମରେ ବିଦ୍ରୋହୀ ଏବଂ ଆଇଏସ୍ ଆତଙ୍କବାଦୀଙ୍କ ଅପେକ୍ଷା ସାଧାରଣ ଲୋକେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି।
ସୂଚନା ଥାଉ କି, ସିରିଆର ବସର ଅଲ ଆସଦ ସରକାରଙ୍କ ବିରୋଧରେ ବିଦ୍ରୋହୀଙ୍କ ସଂଗ୍ରାମ ଏବେ ତୀବ୍ର ରୂପ ନେଇଛି। ସେପଟେ ଆସଦ ସରକାରଙ୍କୁ ରୁଷିଆ ସମର୍ଥନ ଜଣାଉଥିବା ବେଳେ ବିଦ୍ରୋହୀଙ୍କୁ ଆମେରିକା ସମ୍ପୂର୍ଣ୍ଣ ସହଯୋଗ କରୁଛି। ରାଜଧାନୀ ଡାମାସ୍କସ୍କୁ ଲାଗି ରହିଥିବା ଦେଶର ଏକ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ପୂର୍ବ ଘୋଟା ପ୍ରଦେଶ ଅଦ୍ୟାବଧି ବିଦ୍ରୋହୀଙ୍କ କବ୍ଜାରୁ ମୁକୁଳିପାରିନି। ସେପଟେ ବିଗତ ୮ବର୍ଷ ଧରି ଚାଲିଥିବା ଏହି ଗୃହଯୁଦ୍ଧରେ ସାଧାରଣ ଜନବସତିରେ ବ୍ୟାରେଲ ବୋମା, ରକେଟ ଆଦି ମାଡ଼ କରାଯାଉଥିବା ବେଳେ ଏବେ କିଛି ଦିନ ହେଲା ରାସାୟନିକ ବୋମା ଆକ୍ରମଣ ହେଉଥିବା ଅଭିଯୋଗ ହେଉଛି। ଗତ ରବିବାର ମାରାତ୍ମକ କ୍ଲୋରିନ୍ ଗ୍ୟାସ୍ ମାଡ଼ କରାଯାଇଥିବା ପ୍ରମାଣ ମିଳିଛି, ଯେଉଁଥିରେ ଶ୍ୱାସରୁଦ୍ଧ ହୋଇ ଅନେକ ଆଖି ବୁଜି ସାରିଲେଣି।ସିରିଆ ଅସ୍ତ୍ରବିରତି ଉଲ୍ଲଂଘନ ରୋକିବା ପାଇଁ ବାରମ୍ବାର ଜାତିସଂଘ ମତଦାନରେ ବିଳମ୍ବ ହେଉଥିବାରୁ ପୋକମାଛି ପରି ସାଧାରଣ ଲୋକଙ୍କ ଜୀବନ ଯାଉଛି। ଜାତିସଂଘ ମହାସଚିବ ଏଣ୍ଟୋନିୟୋ ଗ୍ୟୁଟେରେସ୍ଙ୍କ କହିବା ମୁତାବକ, ୩୦ ଦିନ ପାଇଁ ଏହି ଗୃହ ଯୁଦ୍ଧର ଅବସାନ ପାଇଁ ଦାବି ହୋଇଛି। ତେବେ ସମ୍ପୂର୍ଣ୍ଣ ସମର୍ଥନ ମିଳିବା କ୍ଷଣି ଏହାକୁ ଲାଗୁ କରାଯିବ ବୋଲି ସେ କହିଛନ୍ତି।
ସିରିଆରେ ଆମେରିକାର ବିମାନ ଆକ୍ରମଣ: ୩୬ ସାଧାରଣ ନାଗରିକ ମୃତ
ସପ୍ତାହକରେ ୬୦୦ ମଲେଣି, ୩୦୦୦ ଆହତ
/sambad/media/post_attachments/wp-content/uploads/2018/02/USA-attack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)