ଓ୍ବାସିଂଟନ : ବେଲୁଚିସ୍ତାନ ମୁକ୍ତି ବାହିନୀ ବା ବିଏଲଏକୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି ଯୁକ୍ତରାଷ୍ଟ୍ର ଆମେରିକା । ଏହା ସହିତ ମାଜିଦ ବ୍ରିଗେଡକୁ ମଧ୍ୟ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଛି । ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନୀର ଆମେରିକାରେ ଥିବା ସମୟରେ ହିଁ ଏହି ଘୋଷଣା କରାଯାଇଛି । ନିଜେ ଆମେରିକାର ବୈଦେଶିକ ସଚିବ ମାର୍କ ରୁବିଓ ଏହି ଘୋଷଣା କରିଛନ୍ତି । ଏହା ଦ୍ବାରା ପାକିସ୍ତାନ ଏକ କୂଟନୈତିକ ବିଜୟ ହାସଲ କରିଛି।
ବିଗତ କିଛି ବର୍ଷ ହେଲା ବିଏଲଏ ଓ ମାଜିଦ ବ୍ରିଗେଡ ପକ୍ଷରୁ ପାକିସ୍ତାନ ସେନା ଉପରେ ବଡ଼ ବଡ଼ ଆକ୍ରମଣ କରାଯାଇଛି । ସେହିପରି ମାଜିଦ ବ୍ରିଗେଡ୍ ବେଲୁଚିସ୍ତାନର ଘାତକ ଆତ୍ମଘାତୀ ବାହିନୀଭାବେ ଜଣାଶୁଣା । ଏହି ଦୁଇ ସଂଗଠନ ପଛରେ ଭାରତର ହାତ ରହିଥିବା ପାକିସ୍ତାନ ବାରମ୍ବାର ଅଭିଯୋଗ କରୁଛି । ଏହି କାରଣରୁ, ଏହି ସଂଗଠନକୁ ପାକିସ୍ତାନ ଏବଂ ଚୀନର ମଧ୍ୟ ଘୋର ଶତ୍ରୁ ବୋଲି ବିବେଚନା କରାଯାଏ। ୨୦୧୧ ମସିହାରେ ଗଠିତ ମାଜିଦ ବ୍ରିଗେଡ ଗତ ୧୪ ବର୍ଷ ମଧ୍ୟରେ ୨୦୦ରୁ ଅଧିକ ପାକିସ୍ତାନୀ ସୈନ୍ୟଙ୍କୁ ହତ୍ୟା କରିଛି। ବିଏଲଏ ଓ ମାଜିଦ ବ୍ରିଗେଡକୁ ଚୀନର ଶତ୍ରୁ ମଧ୍ୟ କୁହାଯାଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/12/new-project-32-2025-08-12-17-58-43.jpg)