ଆମେରିକାରେ ଗୁଳିକାଣ୍ଡ,୧୩ ମୃତ

ଥା‌ଉଜାଣ୍ଡ୍‌ ଓକ୍ସ: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଏକ ବର୍ବର କାଣ୍ଡ ଘଟିଛି। ଏଠାକାର ଥାଉଜାଣ୍ଡ୍‌ ଓକ୍ସ ସ୍ଥିତ ଏକ ଡ୍ୟାନ୍ସବାର୍‌ରେ ଗତକାଲି ରାତିରେ ଶତାଧିକ ଲୋକ ନାଚଗୀତରେ ମାତିଥିବାବେଳେ ହଠାତ୍‌ ଜଣେ ବନ୍ଧୁକଧାରୀ ବ୍ୟକ୍ତି ବାର୍‌ ମଧ୍ୟକୁ ପଶି ଅଚାନକ ଗୁଳି ଚଳାଇଥିଲା। କେହି କିଛି ଭାବିବା ପୂର୍ବରୁ ‌ସେ ଗୋଟିଏ ପରେ ଗୋଟିଏ ୩୦ ରାଉଣ୍ଡ୍‌ ଗୁଳି ଚଳାଇଥିଲା। ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌‌ରେ ଭର୍ତ୍ତି କରାଯାଇଛି। ଆତତାୟୀ ବନ୍ଧୁକଧାରୀ ମଧ୍ୟ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଥାଉଜାଣ୍ଡ୍‌ ଓକ୍ସ ସ୍ଥିତ ବର୍ଡରଲାଇନ୍ ବାର ଏବଂ ଗ୍ରିଲ୍‌ରେ ରାତି ପ୍ରାୟ ୧୧.୨୦ ସମୟରେ ଏହି ଘଟଣା ଘଟିଛି। ଜଣେ ଉପ ସରିଫ୍‌ଙ୍କର ମଧ୍ୟ ଗୁଳିକାଣ୍ଡରେ ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି। ତେ‌ବେ ଗୁଳିକାଣ୍ଡ ଘଟାଇଥିବା ଏହି ବନ୍ଧୁକଧାରୀକୁ ଚିହ୍ନଟ କରାଯାଇନି। ସେ କୌଣସି ଆତଙ୍କବାଦୀ ଗୋଷ୍ଠୀ ସହ ଜଡ଼ିତ ଅଛି କି ନା’ ତାହା ମଧ୍ୟ ଜଣାପଡ଼ିନି। ଉଲ୍ଲେଖ‌େଯାଗ୍ୟ, ଗତବର୍ଷ ଲାସଭେଗାସ୍‌ରେ ଏକ ସଂଗୀତୋତ୍ସବରେ ଗୁଳିକାଣ୍ଡ ହୋଇ ୫୮ ଜଣଙ୍କ ମୃତ୍ୟୁ ‌ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର