ମିଆଁମାରରେ ଉତ୍ତେଜନାମୂଳକ ସ୍ଥିତି ଦେଖି ବାଣିଜ୍ୟ ଚୁକ୍ତି ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ: ମିଆଁମାରରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଦେଖି ବଡ ପଦକ୍ଷେପ ନେଲା ଆମେରିକା | ମିଆଁମାରରେ ସେନା ବିରୋଧରେ ଚାଲିଥିବା ବିରୋଧକୁ ନଜରରେ ରଖି ଆମେରିକା ପକ୍ଷରୁ ବଡ ଘୋଷଣା କରାଯାଇଛି | ଆମେରିକା ସୋମବାର ମିଆଁମାର ସହିତ ବାଣିଜ୍ୟ ଚୁକ୍ତି ସ୍ଥଗିତ ରଖିଛି। ଆମେରିକା କହିଛି ଯେ ଯେପର୍ଯ୍ୟନ୍ତ ଗଣତାନ୍ତ୍ରିକ ସରକାର ପୁନଃସ୍ଥାପିତ ନହୁଏ, ସେ ପର୍ଯ୍ୟନ୍ତ ବାଣିଜ୍ୟ ଚୁକ୍ତି ସ୍ଥଗିତ ରହିବ। ସୂଚନା ମୁତାବକ ଯେ ଦକ୍ଷିଣ ପୂର୍ବ ଏସୀୟ ଦେଶ ମିଆଁମାରରେ ଫେବୃଆରୀ ୧ରୁ ଶାସନ ପରିବର୍ତ୍ତନ ପରେ ନରସଂହାର ଜାରି ରହିଛି |

ସେଠାରେ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇଥିବାବେଳେ ସେନା ବଳପ୍ରୟୋଗ କରୁଛି | ସେନା ପକ୍ଷରୁ ଅଙ୍ଗ ସାନ୍ ସୁ କିଙ୍କ ନିର୍ବାଚିତ ସରକାରକୁ ବରଖାସ୍ତ କରି ଅଙ୍ଗ ସାନ୍ ସୁ କିଙ୍କ ସହ ଅନ୍ୟ ନେତାମାନଙ୍କୁ ମଧ୍ୟ ଜେଲରେ ବନ୍ଦୀ କରି ରଖିଛି | ଯାହାକୁ ବିରୋଧ କରି ପ୍ରଦର୍ଶନକାରୀମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି |

ଆଉ ଏହି ଘଟଣାକୁ ନେଇ ଆମେରିକାର ବାଣିଜ୍ୟ ପ୍ରତିନିଧୀ କ୍ୟାଥରିନ୍ ତାଇ କହିଛନ୍ତି ଯେ ମିଆଁମାରବାସୀ କିଭଳି ନିଜର ଗଣତାନ୍ତ୍ରିକ ସରକାର ଫେରିପାଇବେ ଆମେରିକା ଏହାକୁ ସମର୍ଥନ କରୁଛି | ଆଉ ସାଧାରଣ ନାଗରିକଙ୍କ ପ୍ରତି ନିର୍ଦ୍ଦୟ ହିଂସା ପାଇଁ ବର୍ମା ସୁରକ୍ଷା ବାହିନୀକୁ ଆମେରିକା ଦୃଢ ନିନ୍ଦା କରୁଛି। ଏଥିପାଇଁ ମିଆଁମାର ସହିତ ହୋଇଥିବା ୨୦୧୩ ବାଣିଜ୍ୟ ଏବଂ ନିବେଶ ଚୁକ୍ତିନାମା ଉପରେ ଆମେରିକା ରୋକ ଲଗାଇଛି |

ସମ୍ବନ୍ଧିତ ଖବର