ଓ୍ବାସିଂଟନ : ଇସ୍ରାଏଲ ଦ୍ବାରା ତେହେରାନରେ ହମାସ ନେତା ଇସମାଇଲ ହାନିଆଙ୍କ ହତ୍ୟା ପରେ ଇରାନ ପ୍ରତିଶୋଧ ନେବାକୁ ଘୋଷଣା କରିଛି । ଫଳରେ ମଧ୍ୟପୂର୍ବରେ ଯେକୌଣସି ସମୟରେ ଯୁଦ୍ଧ ଲାଗିବାର ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ବି ସେଠାରେ ଥିବା ନିଜ ନାଗରିକମାନଙ୍କୁ ସତର୍କ କରାଇଦେଇଛି । ସେପଟେ ଯୁଦ୍ଧ ଆଶଙ୍କାକୁ ଦୃଷ୍ଟି ରଖି ଆମେରିକା ସଂପୃକ୍ତ ଅଂଚଳରେ ନିଜର ସାମରିକ ଶକ୍ତି ବୃଦ୍ଧି କରିଚାଲିଛି । ଆମେରିକା ପକ୍ଷରୁ ମଧ୍ୟପୂର୍ବ ଅଂଚଳରେ ଅତିରିକ୍ତ ଯୁଦ୍ଧ ଜାହାଜ ଓ ବିମାନବାହୀ ଯୁଦ୍ଧପୋତ ମୁତୟନ କରିବା ଆରମ୍ଭ କରିଦେଇଛି ।
/sambad/media/post_attachments/wp-content/uploads/2024/08/GT7MUS4WoAANXUa-1024x683.jpg)
ଇରାନ କିମ୍ବା ତା'ର ସହଯୋଗୀଙ୍କ ଦ୍ୱାରା ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ହେବାର ସମ୍ଭାବନାକୁ ହ୍ରାସ କରିବା ପାଇଁ ଆମେରିକା ମଧ୍ୟପ୍ରାଚ୍ୟରେ ନିଜର ସାମରିକ ଉପସ୍ଥିତି ବଢ଼ାଇବ ଏବଂ ଏହି ଅଞ୍ଚଳରେ ଅତିରିକ୍ତ ଯୁଦ୍ଧ ଜାହାଜ ଏବଂ ଲଢୁଆ ବିମାନ ମୁତୟନ କରିବ ବୋଲି ପେଣ୍ଟାଗନ୍ କହିଛି।
ବେରୁତସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଲେବାନନରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନାଗରିକମାନଙ୍କୁ ଲେବାନନ ଯାତ୍ରା ନ କରିବାକୁ କଡ଼ା ପରାମର୍ଶ ଦିଆଯିବାର ଗୋଟିଏ ଦିନ ପରେ ଏହି ଆଡଭାଇଜରି ଜାରି କରାଯାଇଛି। ସେମାନଙ୍କୁ ଲେବନାନ ଛାଡ଼ିବାକୁ ମଧ୍ୟ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/usa.jpg)