ନୂଆଦିଲ୍ଲୀ: ଜାନୁଆରି ମାସରେ ହ୍ବାଇଟହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କ ଆଗମନ ହେବାକୁ ଯାଉଛି। ଏଥିପାଇଁ ଆହୁରି ଏକମାସରୁ ଅଧିକ ସମୟ ଥିବାବେଳେ ଏବେଠାରୁ ଆମେରିକୀୟ ସରକାରୀ ନୀତିରେ ତାହାର ପ୍ରଭାବ ଦେଖିବାକୁ ମିଳିଲାଣି। ବାଂଲାଦେଶକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କହୁଥିଲେ, ଏବେ ସେହି ଭାଷାରେ ବାଇଡେନ୍ କହୁଥିବା ଦେଖିବାକୁ ମିଳୁଛି। ବାଂଲାଦେଶରୁ ଶେଖ୍ ହସିନା ଦେଶ ଛାଡିବା ପରେ ୪ ମାସ ଧରି ଚୁପ୍ ବସିଥିବା ସେହି ଜୋ ବାଇଡେନ୍ ଏବେ ବାଂଲାଦେଶୀ ହିନ୍ଦୁଙ୍କ ଉପରେ ଅତ୍ୟାଚାର ନେଇ ବାଂଲାଦେଶ ସରକାର ଚଳାଉଥିବା ମହମ୍ମଦ ୟୁନୁସଙ୍କୁ ଚେତାବନୀ ଦେଇଛନ୍ତି।

Advertisment

ହ୍ୱାଇଟ୍ ହାଉସ୍ କହିଛି- ଶେଖ ହସିନାଙ୍କୁ ବହିଷ୍କାର କରାଯିବା ପରେ ବାଂଲାଦେଶର ସ୍ଥିତି ଖରାପ ହେବାରେ ଲାଗିଛି। ସେଠାକାର ଅନ୍ତରୀଣ ସରକାରଙ୍କୁ ଏହି ଆହ୍ୱାନର ମୁକାବିଲା କରିବାକୁ ପଡ଼ିବ। ଯେଉଁମାନେ ସେଠାରେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ।

ହ୍ୱାଇଟ୍ ହାଉସର ଜାତୀୟ ସୁରକ୍ଷା ଯୋଗାଯୋଗ ପରାମର୍ଶଦାତା ଜନ୍ କିର୍ବି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିଦାୟ ପରେ ବାଂଲାଦେଶରେ ସ୍ଥିତି ଦିନକୁ ଦିନ କଷ୍ଟକର ହେବାରେ ଲାଗିଛି। ସେଠାରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଏକ ବଡ଼ ପ୍ରସଙ୍ଗ ପାଲିଟିଛି। ଏହି ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଆମେ ସେଠାକାର ସରକାରଙ୍କ ସହିତ ଯୋଗାଯୋଗରେ ଅଛୁ । ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମେ ସରକାରଙ୍କ ସହ ମିଶି କାମ କରୁଛୁ। ଆମେ ସମସ୍ତ ବାଂଲାଦେଶୀ ନେତାଙ୍କ ସହ କଥାବାର୍ତ୍ତାରେ ସ୍ପଷ୍ଟ କରିଛୁ ଯେ ଧାର୍ମିକ ଏବଂ ଜାତିଗତ ସଂଖ୍ୟାଲଘୁଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନ୍ତରୀଣ ସରକାରଙ୍କ ନେତାମାନେ ସବୁ ବାଂଲାଦେଶୀଙ୍କୁ ସୁରକ୍ଷା ଯୋଗାଇଦେବାକୁ ବାରମ୍ବାର କହୁଛନ୍ତି। ଆମେ ଚାହୁଁଛୁ ଯେ ସେମାନେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଏବଂ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରୁଥିବା ଲୋକଙ୍କୁ ଉତ୍ତରଦାୟୀ କରନ୍ତୁ।