ବଢୁଛି ୟୁଏସବି କଣ୍ଡୋମର ଲୋକପ୍ରିୟତା, ଜାଣିଛନ୍ତି କି ଏହାର ବିଶେଷତ୍ୱ ?

ମୁମ୍ବାଇ: ଆଜିକାଲି ସମସ୍ତେ ମୋବାଇଲ ଉପରେ ସମସ୍ତେ ନିର୍ଭର କରୁଛନ୍ତି | ମୋବାଇଲ ବିନା ଯେମିତି ଜୀବନ ଅଧୁରା ବୋଲି ସମସ୍ତେ ଭାବୁଛନ୍ତି | ଏଥିପାଇଁ ଲୋକମାନେ ମୋବାଇଲ ଚାର୍ଜ ଯେମିତି ରହେ, ସେଥିପାଇଁ ପାୱାର ବ୍ୟାଙ୍କର ମଧ୍ୟ ବ୍ୟବହାର କରୁଛନ୍ତି | ପାୱାର ବ୍ୟାଙ୍କ ଛଡା ବିମାନବନ୍ଦର, ଷ୍ଟେସନ, ହୋଟେଲ ଓ ସପିଙ୍ଗ ମଲମାନଙ୍କରେ ମୋବାଇଲ ଚାରଜିଙ୍ଗ କରିବା ପାଇଁ ୟୁଏସବି ପୋର୍ଟର ମଧ୍ୟ ସୁବିଧା ଦିଆଯାଉଛି | ଅଧିକାଂଶ ଲୋକ ସିଧାସଳଖ ମୋବାଇଲ ସହ ଏହି ୟୁଏସବି ପୋର୍ଟକୁ ଲଗାଇ ଚାର୍ଜ କରୁଛନ୍ତି | କିନ୍ତୁ କେବେ ଭାବିଛନ୍ତି କି ଏହା କେତେ ସୁରକ୍ଷିତ ? ତେବେ ଏଭଳି ମୋବାଇଲ ଚାର୍ଜ କରିବା ଆପଣଙ୍କୁ ଅସୁବିଧାରେ ପକାଇପାରେ | କାରଣ ‘ଜୁସ ଜେକିଙ୍ଗ’ ପ୍ରକ୍ରିୟା ମାଧ୍ୟମରେ ସାର୍ଵଜନିକ ୟୁଏସବି ପୋର୍ଟ ମାଧ୍ୟମରେ ଆପଣଙ୍କ ମୋବାଇଲରେ ମାଲୱେୟାର ଇନଷ୍ଟଲ ହୋଇଯାଇଥାଏ | ଆପଣଙ୍କ ମୋବାଇଲରେ ଥିବା କିଛି ଗୋପନ ତଥ୍ୟ ହାକରସ ଜାଣିପାରିଥାନ୍ତି |
ଏଭଳି ସମସ୍ୟାରୁ କିଭଳି ବର୍ତ୍ତିବେ ?
ଏଥିପାଇଁ ୟୁଏସବି କଣ୍ଡୋମ ଭଳି ଡିଭାଇସର ବ୍ୟବହାର ଆପଣ କରିପାରିବେ | ଏହି ଡିଭାଇସଟି ମୋବାଇଲକୁ ୟୁଏସବି ପୋର୍ଟରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ | ଏହି ଛୋଟ ଡିଭାଇସଟି ଆପଣଙ୍କ ଫୋନକୁ ସାଇବର ଆକ୍ରମଣରୁ ସୁରକ୍ଷା ଦେଇଥାଏ | ୟୁଏସବି କଣ୍ଡୋମ ଏକ ଡାଟା ବ୍ଲକର୍ ଭଳି କାର୍ଯ୍ୟ କରିଥାଏ |

Photo-FossBytes

ଏହି ଡିଭାଇସ ମାଧ୍ୟମରେ ମୋବାଇଲ ପାଇଁ ଆବଶ୍ୟକୀୟ ବିଦ୍ୟୁତ ଆସିଥାଏ, କିନ୍ତୁ କୌଣସି ପ୍ରକାରର ଡାଟା ଏକ୍ସଚେଂଜ ହୋଇପାରିନଥାଏ | ସାଇବର ବିଶେଷଜ୍ଞ ମଧ୍ୟ ଲୋକଙ୍କୁ ୟୁଏସବି କଣ୍ଡୋମ ବ୍ୟବହାର ପାଇଁ ପରାମର୍ଶ ଦେଇଥାନ୍ତି | ଏହି ଡିଭାଇସଟି ମାତ୍ର ୫୦୦ରୁ ୧୦୦ ଟଙ୍କାରେ ବଜାରରେ ଉପଲବ୍ଧ ହୋଇଥାଏ |

ସମ୍ବନ୍ଧିତ ଖବର