ନୂଆଦିଲ୍ଲୀ :ରାଜପଥ ନର୍ମାଣରେ ପ୍ରାକୃତିକ ପଦାର୍ଥ ବଦଳରେ କୃତ୍ରିମ ପଦାର୍ଥ, କୋଇଲା ଓ କାରଖାନାରୁ ବାହାରୁଥିବା ଲୁହା, ଷ୍ଟିଲ କପରର ସ୍ଲଗ ଓ ପାଉଁଶ ପ୍ରଭୃତି ବ୍ୟବହାର କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟକୁ ପରାମର୍ଶ ଦିିଆଯାଇଛି। ଏହି ମର୍ମରେ ମନ୍ତ୍ରାଳୟ ପକ୍ଷରୁୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ, ରାଜ୍ୟର ମୁଖ୍ୟଯନ୍ତ୍ରୀ, ସୀମା ସଡ଼କ ସଂଗଠନର ମହାନିର୍ଦ୍ଦେଶକ, ଏନ୍ଏଚ୍ଏଆଇର ଅଧ୍ୟକ୍ଷ ତଥା ଏନ୍ଏଚ୍ଏଆଇଡିସିଏଲର ସିଏମ୍ଡିଙ୍କୁ ସର୍କୁଲାର ଜାରି କରାଯାଇଛି।
ଏହାସହିତ ପୁରୁଣା କୋଠାଗୁଡ଼ିକ ଭାଙ୍ଗିଯିବା ପରେ ତାହାର ଭଗ୍ନାବଶେଷକୁ ମଧ୍ୟ ସଡ଼କ ନିର୍ମାଣରେ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି। ଏହାଦ୍ବାରା ସଡ଼କ ନିର୍ମାଣରେ ବ୍ୟବହାର କରାଯାଉଥିବା ମାଟି, ବାଲି, ପଥର ଭଳି ପ୍ରାକୃତିକ ସମ୍ପଦର ବ୍ୟବହାର କମ୍ ହେବା ସହ ପର୍ଯ୍ୟାବରଣ ବଞ୍ଚାଇବାର ପ୍ରୟାସରେ ବିଶେଷ ସହାୟକ ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/highway-work.jpg)