ଏମଡିଏଚ ସମ୍ବର ମସଲାରେ ବ୍ୟାକ୍ଟେରିଆ ଚିହ୍ନଟ କଲା ଆମେରିକା, ବିକ୍ରି ବନ୍ଦ ନିର୍ଦ୍ଦେଶ

ନ୍ୟୁୟର୍କ : ଭାରତର ଲୋକପ୍ରିୟ ମସଲା ବ୍ରାଣ୍ଡ ଏମଡିଏଚକୁ ଆମେରିକାରେ ଏକ ବଡ଼ ଧକ୍କା ଲାଗିଛି । ଏହାର ମସଲାରେ ବ୍ୟାକ୍ଟେରୀଆ ଥିବା ଆମେରିକାର ଖାଦ୍ୟ ଓ ଔଷଧ ନିୟନ୍ତ୍ରକ ସଂସ୍ଥା ୟୁଏସଏଫଡିଏ ରିପୋର୍ଟ ଦେଇଛି । ଏମଡିଏଚର ଗତ ୩ଟି ବ୍ୟାଚ୍‌ ସମ୍ବର ମସାଲାରେ ସାଲମନେଲା ବ୍ୟାକ୍ଟେରିଆ ଥିବା ୟୁଏସଏଫଡିଏ ରିପୋର୍ଟ ଦେବାପରେ ବିକ୍ରି ହୋଇଥିବା ସେସବୁ ପ୍ୟାକେଟଗୁଡ଼ିକୁ ଦୋକାନରେ ଫେରସ୍ତ ଦେବା ପାଇଁ ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି ।

ଏହାଛଡା ବଜାରରେ ଥିବା ଉକ୍ତ ୩ଟି ବ୍ୟାଚର ସମ୍ବର ମସଲା ପ୍ୟାକେଟକୁ ଫେରାଇ ନିଆଯାଉଛି ।  ସାଲମନେଲା ବ୍ୟାକ୍ଟେରିଆ ସାଧାରଣତଃ ସଂକ୍ରମିତ ପାଣି ଓ ଖାଦ୍ୟ ମାଧ୍ୟମରେ ବ୍ୟାପୀଥାଏ । ଏହା ପେଟକୁ ଗଲେ ତାହା ଅନ୍ତନଳୀକୁ ସଂକ୍ରମିତ କରେ । ଏହା ଫଳରେ ବାନ୍ତି, ଝାଡା,ପେଟ ଦରଜ ଆଦି ପ୍ରତିକ୍ରିୟା ଦେଖାଦିଏ । ଆମେରିକାରେ ପ୍ରତିବର୍ଷ ଏହି ସାଲମନେଲା ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ପ୍ରାୟ ୧୨ ଲକ୍ଷ ଲୋକ ଅସୁସ୍ଥ ହୁଅନ୍ତି ଓ ସେମାନଙ୍କ ମଧ୍ୟରୁ ୪୫୦ ଜଣ ମୃତ୍ୟୁବରଣ କରନ୍ତି ।

ସମ୍ବନ୍ଧିତ ଖବର