ରାନଟିଡିନ ଔଷଧରେ କ୍ୟାନସର ସୃଷ୍ଟିକାରୀ କଣିକା ଥିବା ନେଇ ଆମେରିକାର ଦାବି, ସତର୍କତା ଜାରି କଲା ଭାରତୀୟ ଔଷଧ ନିୟନ୍ତ୍ରକ

ନୂଆଦିଲ୍ଲୀ : ବହୁଳ ପ୍ରଚଳିତ ଏସିଡିଟି ( ଅମ୍ଳପିତ୍ତ) ଔଷଧ ରାନିଟିଡିନରେ କ୍ୟାନସର ସୃଷ୍ଟିକାରୀ କଣିକା ଏନ-ନାଇଟ୍ରୋସୋଡିମିଥାଲାଇନ (ଏନଡିଏମଏ) ଥିବା ଆମେରିକୀୟ ଔଷଧ ନିୟନ୍ତ୍ରକ (ୟୁଏସଏଫଡିଏ) ସନ୍ଧାନ ପାଇବା ପରେ ଭାରତରେ ମଧ୍ୟ ତାହାକୁ ନେଇ ସତର୍କତା ପ୍ରକାଶ ପାଇଛି ।
ଭାରତୀୟ ଔଷଧ ନିୟନ୍ତ୍ରକ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ( ଡିସିଜିଆଇ )ମଧ୍ୟ ଏ ନେଇ ବିଭିନ୍ନ ରାଜ୍ୟ ଔଷଧ ନିୟନ୍ତ୍ରକମାନଙ୍କୁ ସତର୍କତା ଜାରି କରିଛି । ଏହି ଔଷଧର ଉତ୍ପାଦନ କରୁଥିବା କମ୍ପାନିମାନଙ୍କୁ ସେଥିରେ କାର୍ସିନୋଜେନ ବା ଏନଡିଏମଏ ଥିବା ନେଇ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଏହି ଔଷଧ ଯେପରି ବିନା ଡାକ୍ତରଙ୍କ ପରାମର୍ଶରେ ବିକ୍ରି ନହୁଏ ତାହା ନିଶ୍ଚିତ କରିବାକୁ ରାଜ୍ୟ ଔଷଧ ନିୟନ୍ତ୍ରକମାନଙ୍କୁ ସତର୍କତା ଜାରି କରାଯାଇଛି ।
ସମଗ୍ର ବିଶ୍ୱରେ ଏସିଡିଟିର ଓ କେତେକ ପ୍ରକାରର ଅଲସରର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଔଷଧମଧ୍ୟରୁ ରାନଟିଡିନ ଏକ ବହୁଳପ୍ରଚଳିତ ଓ ନିରାପଦ ଔଷଧଭାବେ ବିବେଚିତ ହୋଇଆସିଛି । ଏହା ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକ ଔଷଧ ତାଲିକାରେ ରହିଛି ।

ସମ୍ବନ୍ଧିତ ଖବର