ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସି ଏଭଳି କଥା କହିଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ବିତିଗଲାଣି। ଏତେ ଦିନ ବିତି ଯାଇଥିଲେ ହେଁ ଯାଞ୍ଚ ଏଜେନ୍ସି ଓ ମୁମ୍ବାଇ ପୁଲିସ ଅଭିନେତାଙ୍କ ମୃତ୍ୟୁ ସହ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ଖୋଜି ପାଇପାରି ନାହାନ୍ତି। ମୃତ୍ୟୁର ଦୁଇ ମାସ ପରେ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକମାନେ ନ୍ୟାୟକୁ ଅପେକ୍ଷା କରିବା ସହ ବାସ୍ତବରେ ସୁଶାନ୍ତଙ୍କ ସହ କ’ଣ ଘଟିଥିଲା ତାହାକୁ ଜାଣିବାକୁ ଚାହିଁଛନ୍ତି। ଏହି କ୍ରମରେ ଦିଲ୍ଲୀରେ ନିର୍ଭୟା ମା’ ଆଶା ଦେବୀ ସୁଶାନ୍ତ ସିଂଙ୍କ ପରିବାରକୁ ସାହାସ ନେଇ ସମଗ୍ର ଦେଶ ତାଙ୍କ ପରିବାର ସହିତ ରହିଛି ବୋଲି କହିଛନ୍ତି।

Sushant case nirbhaya mother asha devi: Nirbhaya's mother Asha ...
eBioPic.com

ଉଲ୍ଲେଖଯୋଗ୍ୟ, ଦୁଇ ମାସ ପୂର୍ବେ ଜୁନ୍‌ ୧୪ ତାରିଖ ଦିନ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ମୁମ୍ବାଇସ୍ଥିତ ବାସଭବନରୁ ଉଦ୍ଧାର ହୋଇଥିଲା। ମୁମ୍ବାଇ ପୁଲିସ ସୁଶାନ୍ତଙ୍କ ମୃତ୍ୟୁର ଯାଞ୍ଚ ସମୟରେ ତାଙ୍କ ମୃତଦେହ ପାଖରୁ କୌଣସି ପ୍ରକାର ସୁଇସାଇଡ୍ ନୋଟ୍ ପାଇ ନଥିଲା। ଏଭଳି ପରିସ୍ଥିତିରେ ତାଙ୍କ ପ୍ରଶଂସକ ଏବଂ ପରିବାର ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରି ସିବିଆଇ ତଦନ୍ତ ଦାବି କରିଥିଲେ। ବର୍ତ୍ତମାନ ଏହି ମାମଲା ସିବିଆଇ ହାତରେ ରହିଛି ଏବଂ ଏହି ମାମଲାରେ ଇଡି ବି ତଦନ୍ତ କରୁଛି। ସୁଶାନ୍ତ ସିଂ ମାମଲାରେ ନୂଆ ମୋଡ଼ ଆସିବା ପରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଦେଶର କୋଣ ଅନୁକୋଣରୁ ଲୋକମାନେ ନିଜନିଜ ସମର୍ଥନ ଜଣାଇଛନ୍ତି।

ସମ୍ପ୍ରତି ସୁଶାନ୍ତ ସିଂଙ୍କୁ ନ୍ୟାୟ ଦେବା ପାଇଁ ଦିଲ୍ଲୀ ଗଣଦୁଷ୍କର୍ମ ପୀଡିତା ନିର୍ଭୟାଙ୍କ ମା’ ଆଶା ଦେବୀ ଏକ ବଡ଼ କଥା କହିଛନ୍ତି। ନିର୍ଭୟା ମା’ ଆଶା ଦେବୀ କହିଛନ୍ତି, ମୁଁ କେବଳ ସୁଶାନ୍ତଙ୍କ ପରିବାରକୁ ଏତିକି କହିବାକୁ ଚାହୁଁଛି କି ସମଗ୍ର ଦେଶ ଆପଣଙ୍କ ସହ ଅଛି। ସୁଶାନ୍ତଙ୍କ ପରିବାରକୁ ବିଶ୍ୱାସ ରଖିବାକୁ ହେବ ଯେ ଦିନେ ନା ଦିନେ ସତ୍ୟ ବାହାରକୁ ଆସିବ ଏବଂ ନ୍ୟାୟ ମିଳିବ। ଏହି ମାମଲାରେ ମୁମ୍ବାଇ ପୁଲିସ ସୁଶାନ୍ତ ସିଂଙ୍କ ପରିବାର ସହିତ ଛିଡା ହେବା ଉଚିତ।

Being Nirbhaya's Mother - Times of India

ତେବେ ଆପଣଙ୍କୁ ଜଣାଇ ରଖିବାକୁ ଚାହିଁବୁ କି କିଛିଦିନ ପୂର୍ବେ ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ମାମଲାରେ ନିର୍ଭୟାଙ୍କ ଓକିଲ ସୀମା ସମୃଦ୍ଧି ବି ନିଜର ସମର୍ଥନ ଜଣାଇବା ସହିତ ସିବିଆଇ ତଦନ୍ତ ଦାବି କରିଆସୁଛନ୍ତି।

ସମ୍ବନ୍ଧିତ ଖବର