ନୂଆଦିଲ୍ଲୀ: ଭାରତୀୟ ଜନତା ଦଳର ବରିଷ୍ଠ ନେତ୍ରୀ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ମଙ୍ଗବାର ବିଳମ୍ବିତ ରାତିରେ ପରଲୋକ ହୋଇଥିଲା। ଗତକାଲି ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ତାଙ୍କ ବାସଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଥିଲେ। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ପୂର୍ବତନ ପ୍ରଧନମନ୍ତ୍ରୀ ମନମୋହନ ସିଂ ମଧ୍ୟ ସୁଷମାଙ୍କ ଶେଷଦର୍ଶନ କରିବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ। ରାଜକୀୟ ସମ୍ମାନ ସହ ସୁଷମାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।
ସୁଷମାଙ୍କ ହଠାତ ନିଧନକୁ ନେଇ ଚାରିଆଡେ ଶୋକରଛାୟା ଖେଳି ଯାଇଛି। ନିଧନ ପରେ ସୁଷମାଙ୍କ ସମର୍ଥକ ନିଜନିଜ ମନର ଭାବନାକୁ ବ୍ୟକ୍ତ କରୁଛନ୍ତି। ଏହି କ୍ରମରେ କେନ୍ଦ୍ରୀୟମନ୍ତ୍ରୀ ସ୍ମୃତି ଇରାନୀ ଏକ ବ୍ଲଗ୍ ଲେଖିଛନ୍ତିି, ଏଥିରେ ସେ ନିଜ ବଡ଼ ଭଉଣୀ ସୁଷମାଙ୍କୁ ମନେ ପକାଇ ଲେଖିଛନ୍ତି, ତୁମେ ଏମିତି ସମସ୍ତଙ୍କୁ ପର କରି ଚାଲିଯିବ ଏହା କାହାକୁ ବି ଜଣା ନଥିଲା।
ଏଥିସହିତ ସ୍ମୃତି ଇରାନୀ କହିଛନ୍ତି, ସୁଷମା ସ୍ୱରାଜଙ୍କ ଜନ୍ମ ଫେବ୍ରୁଆରି ୧୪ ତାରିଖରେ ହୋଇଥିଲା। ନିଜ ସ୍ୱାମୀ ଜୁବିନ୍ଙ୍କ ବ୍ୟତୀତ କେବଳ ସୁଷମା ସ୍ୱରାଜଙ୍କୁ ଏହି ଦିନରେ ମୁଁ ଫୁଲ ଦେଇଥାଏ। ମୁଁ ଯେତେବେଳେ ତାଙ୍କୁ ଏହି କଥା କହିଥିଲି ସେ ହସିହସି କହିଥିଲେ ମୁଁ ଅଧିକାରିକ ଭାବେ ତୁମର ଆଉ ଜଣେ ଭେଲେନ୍ଟାଇନ୍ । ଆପଣ ମୋର ମେଣ୍ଟର, ମୋର ସାଙ୍ଗ ଓ ମୋର ମାର୍ଗଦର୍ଶକ ଥିଲେ। ଏବେ ମୁଁ କାହାକୁ ମୋର ଅଭିଯୋଗ ଶୁଣାଇବି। ସୁଷମା ଜି ଆପଣ ଆପଣଙ୍କ ପାଖରେ ମୋ ପାଇଁ ଏକ ଜଗାଟିଏ ରଖିଥିବେ। ଯେବେ ବି ଭେଟି ବି ବହୁତ କଥା ହେବି ଅନେକ ବିଷୟରେ ଆଲୋଚନା କରିବା ବାକି ରହି ଯାଇଛି।
ଗତ ମଙ୍ଗଳବାର ରାତିପ୍ରାୟ ୧୦ଟା ସମୟରେ ସୁଷମା ସ୍ୱରାଜଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ (ଏମ୍ସ)ରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ। ଦେଶର ପ୍ରଥମ ମହିଳା ବେଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପରଲୋକ ବେଳକୁ ୬୭ ବର୍ଷ ହୋଇଥିଲା ।