ମଦ୍ୟପାନ କରି ଗାଡ଼ି ଚଳାଇବା ଠାରୁ ବିପଦପୂର୍ଣ୍ଣ ହୋଇଥାଏ ଏହି କାମ…

ହାଇଦ୍ରାବାଦ: ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍ ବ୍ୟବହାର ସଡ଼କ ସୁରକ୍ଷାର ସବୁଠାରୁ ବଡ଼ ଚିନ୍ତାର କାରଣ ବୋଲି  ବିବେଚନା କରା ଯାଇଛି।

ମଦ୍ୟପାନ କରି ଗାଡ଼ି ଚଳାଇବା ଅପେକ୍ଷା ମୋବାଇଲ ବ୍ୟବହାର କରି ଗାଡ଼ି ଚଳାଇବା ତା’ଠାରୁ ଅଧିକ ବିପଦପୂର୍ଣ୍ଣ ହୋଇଥାଏ। କାରଣ ଏଭଳି ପରିସ୍ଥିତିରେ ଗାଡ଼ି ଚାଳକର ଧ୍ୟାନ ୫୦ପ୍ରତିଶତ ଅନ୍ୟତ୍ର ଥାଏ ଓ ଦୁର୍ଘଟଣା ଘଟିବାର ଅଧିକମାତ୍ରାରେ ସମ୍ଭାବନା ରହିଥାଏ ବୋଲି ଇଣ୍ଡିୟାନ୍‌ ଫେଡରେସନ୍‌ ଅଫ ରୋଡ ସେଫଟି (ଆଇଏଫଆରଓଏସ୍‌)ର ସିଇଓ ବିନୋଦ କନୁଆଲ କହିଛନ୍ତି।

ସଡ଼କ ଦୁର୍ଘଟଣାକୁ ନେଇ ହୋଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ, ଅଧିକାଂଶ ଦୁର୍ଘଟଣା ଚାଳକ ମୋବାଇଲରେ କଥା ହୋଇ ଅନ୍ୟମନସ୍କତା ହେବା ହେତୁ ଘଟିଥାଏ ବୋଲି ଜଣାପଡ଼ିଛି। କେବଳ ହାଇଦ୍ରାବାଦକୁ ଦେଖିବା ତ ୨୦୧୭ରେ ଗାଡ଼ି ଚଳାଇବା ସମୟରେ ସଡ଼କ ନିୟମ ଉଲଂଘନ କରି ମୋବାଇଲ ବ୍ୟବହାର କରିଥିବା ୪୯, ୩୮୫ ମାମଲା ସାମ୍ନାକୁ ଆସିଛି। ସେହିପରି ଗତ ତିନିବର୍ଷ ମଧ୍ୟରେ ଏଭଳି ୨,୨୮,୪୯୫ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର