ନୂଆଦିଲ୍ଲୀ: ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗିବା ପରେ ଅନେକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସୁଛି। ୟୁକ୍ରେନରେ ଆତଙ୍କର ଭୟ ଲାଗି ରହିଛି। ଆଗକୁ କିଭଳି ପରିସ୍ଥିତି ଆସିବ ତାହା କେହି ବି ଜାଣି ନାହାନ୍ତି।
ଏହାରି ଭିତରେ ୟୁକ୍ରେନର ରାଜଧାନୀ କିଭରେ ବିମାନ ଆକ୍ରମଣର ସାଇରନ୍ ବାଜୁଥିବା ବେଳେ ସେଠାକାର ଗୋଟାଏ ମୋନାଷ୍ଟ୍ରିରେ (ଖ୍ରୀଷ୍ଟିଆନ୍ ଆଶ୍ରମ) ଜଣେ ଯୁବକ ଓ ଜଣେ ଯୁବତୀ ତରବର ହୋଇ ବାହାହୋଇ ପଡ଼ିଥିଲେ। ଏହି କ୍ରମରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଚାରିଆଡେ ବୋମା ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣାଯାଉଥିବା ବେଳେ ୟୁକ୍ରେନ୍ର ରାଜଧାନୀ କିଭ୍ରେ ଜଣେ ଦମ୍ପତିଙ୍କ ପରିବାର ଖୁସିରେ ପୁରି ଉଠିଥିଲା।
Photo - Social Mediaଯୁଦ୍ଧ ପରିସ୍ଥିତି ହେତୁ ଜଣେ ୨୩ ବର୍ଷୀୟ ମହିଳା ତାଙ୍କ ସ୍ୱାମୀଙ୍କ ସହ ମେଟ୍ରୋ ଷ୍ଟେସନ୍ର ଅଣ୍ଡରଗ୍ରାଉଣ୍ଡରେ ଥିବା ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିଲେ। ଏହି ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଆଉ ସେ ଚାରିଆଡେ ବୋମା ଫୁଟୁଥିବା ବେଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏନେଇ ୟୁକ୍ରେନ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପରିବାର ସହ ଶିଶୁ କନ୍ୟାଟିର ଫଟୋ ଟ୍ୱିଟ୍ କରାଯାଇଛି। ଶିଶୁ କନ୍ୟାର ନାମ ମିଆ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Untitled-1-copy-97.jpg)