ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ରୁଷିଆରୁ ଆଉ ୪ଟି ଅତ୍ୟାଧୁନିକ ଦ୍ରୁତଗାମୀ କ୍ଷୁଦ୍ର ନୌଜାହାଜ(ଫ୍ରିଗେଟ) କିଣିବା ପାଇଁ ଚୁକ୍ତି କରିଛନ୍ତି। ଅନ୍ୟୂନ ୨୦ହଜାର କୋଟି ଟଙ୍କା ବିନିମୟରେ କ୍ରିଭକ୍-୩ ଶ୍ରେଣୀର ଏହି ଫ୍ରିଗେଟ୍ କିଣା ପାଇଁ ରାଜିନାମା ସ୍ୱାକ୍ଷର ହୋଇଛି। ରୁଷିିଆର କଲିନିନ୍ଗ୍ରାଡ୍ ସ୍ଥିତ ୟନ୍ତର୍ ଜାହାଜ ନିର୍ମାଣ କାରଖାନାରେ ଦୁଇଟି ଫ୍ରିଗେଟ୍ ନିର୍ମାଣ ହୋଇ ୨୦୨୨ ସୁଦ୍ଧା ଭାରତ ଆସିବାକୁ ଥିବା ବେଳେ ବାକି ଦୁଇଟି ଗୋଆ ସ୍ଥିତ ଭାରତୀୟ କାରଖାନାରେ ମେକ୍ ଇନ୍ ଇଣ୍ଡିଆ ମିସନ ଦ୍ୱାରା ନିର୍ମାଣ କରାଯିବ ବୋଲି ଜଣାଯାଇଛି। ସୂଚନା ଥାଉ କି, ୨୦୧୫ ମସିହାରେ ପ୍ରକଳ୍ପ ୧୭-ଏ ଅନ୍ତର୍ଗତ ଏହି ଫ୍ରିଗେଟ୍ କିଣା ସମ୍ପର୍କିତ ଆଲୋଚନା ହୋଇଥିବା ବେଳେ କେନ୍ଦ୍ର କ୍ୟାବିନେଟକୁ ମଞ୍ଜୁରି ପାଇଁ ୩ବର୍ଷ ଲାଗିଛି। ଉଲ୍ଲେଖଯୋଗ୍ୟ, ନୌସେନାକୁ ୨୪ଟି ଫ୍ରିଗେଟ୍ର ଆବଶ୍ୟକତା ଥିବା ବେଳେ ଏହି ନୂତନ ଚୁକ୍ତି ପରେ ନୌବାହିନୀ ପାଖରେ ୧୪ଟି ଫ୍ରିଗେଟ୍ ରହିବ। ପ୍ରକଳ୍ପ ୧୭-ଏ ଅନ୍ତର୍ଗତ ଫ୍ରିଗେଟ୍ ୨ଟି ହେଲିକପ୍ଟର ବହନ କରିବାର କ୍ଷମତା ରଖୁଥିବା ବେଳେ କ୍ରିଭକ୍-୩ ଶ୍ରେଣୀର ଫ୍ରିଗେଟ୍ରେ କେବଳ ଗୋଟିଏ ହେଲିକପ୍ଟର ରହିପାରିବ।
ନୌସେନାରେ ସାମିଲ ହେବ ୪ ଅତ୍ୟାଧୁନିକ ଜାହାଜ:ରୁଷିଆ ସହ ୨୦ ହଜାର କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର
/sambad/media/post_attachments/wp-content/uploads/2018/02/Frigate-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)