ଯୁକ୍ତରାଷ୍ଟ୍ର ଆମେରିକାର ୟୁଟାହ୍‌ ବନାଗ୍ନି ମାଡ଼ି ଆସିଲା ସହରକୁ; ୪୦୦ ଘରୁ ବାହାରି ପଳାଇଲେ ଲୋକେ

ସଲ୍‌ଟ୍‌ ଲେକ୍‌ ସିଟି: ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ସଲ୍‌ଟ୍‌ ଲେକ୍‌ ସିଟିର ଦୁଇ ଉପନଗରୀ ମଧ୍ୟକୁ ଶୁକ୍ରବାର ରାତିରେ ବନାଗ୍ନି ଚରି ଆସିବାରୁ ତିନୋଟି ଘର ପୋଡ଼ିଯାଇଛି ଏବଂ ଆହୁରି ପାଞ୍ଚଟି ଘର ନଷ୍ଟ ହୋଇଯାଇଛି। ଅଗ୍ନିଶମବହିନୀ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ସେ ଅଞ୍ଚଳରୁ ଶହ ଶହ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ।

ବାଉଣ୍ଟିଫୁଲ୍‌ ସହରର ପୁଲିସରେ ଥିବା ଲେଫ୍‌ଟ୍‌ନାଣ୍ଟ୍‌ ଡେବ୍‌ ଏଡ୍‌ଓ୍ଵାର୍ଡ କହିଛନ୍ତି କି, ୪୦୦ରୁ ଅଧିକ ଘରୁ ଲୋକେ ବାହାରକୁ ପଳାଇ ଯାଇଛନ୍ତି, କିନ୍ତୁ କେହି ଆହତ ହୋଇ ନାହାନ୍ତି।

ରାତି ଗୋଟାଏ ବେଳେ ବଜ୍ରପାତ ପରେ ବଣରେ ନିଆଁ ଲାଗି ଯାଇଥିଲା ବୋଲି କୁହାଯାଉଛି। ଏହାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଚାଲିଛି।

ପଡ଼ୋଶୀ ସହର ସେଣ୍ଟର୍‌ବାଇଲ୍‌ର ପୁଲିସ ମୁଖ୍ୟ ପଲ୍‌ ଚାଇଲ୍‌ଡ୍‌ କହିଛନ୍ତି: ପର୍ବତରୁ ପ୍ରବାହିତ ବତାସ ଯୋଗୁଁ ନିଆଁ ଜନବସତିକୁ ଚରି ଯାଇଥିଲା। ସେ ସହରରୁ ମଧ୍ୟ ଲୋକମାନେ ଘର ଛାଡ଼ି ପଳାଇଥିଲେ, କିନ୍ତୁ ପୁଣି ଫେରି ଆସିଥିଲେ।

ଶୁକ୍ରବାର ସକାଳସୁଦ୍ଧା ନିଆଁ ଯୋଗୁଁ ୧୫୦ ରୁ ୩୦୦ ଏକର ଭଳି ଅରଣ୍ୟ ପୋଡ଼ି ଯାଇଥିବା କଥା ବନ ବିଭାଗ ଆକଳନ କରିଛି।

ସମ୍ବନ୍ଧିତ ଖବର