ଆମେରିକା ସହ ଆଲୋଚନା ପାଇଁ ଉତ୍ତର କୋରିଆ ଆଗ୍ରହୀ

ସିଓଲ: ଆମେରିକା ସହିତ ଆଲୋଚନା କରିବାକୁ ଉତ୍ତର କୋରିଆ ଆଗ୍ରହୀ ଅଛି। ପ୍ୟେଙ୍ଗଚାଙ୍ଗ୍‌ ଶୀତ ଅଲିମ୍ପିକ୍‌ରେ ଯୋଗଦେବାକୁ ଯାଇଥିବା ଉତ୍ତର କୋରିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଏହି ମନ୍ତବ୍ୟ ଦେଇଛନ୍ତି ବୋଲି ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ୟେଙ୍ଗଚାଙ୍ଗ୍‌ର ଏକ ଗୋପନ ସ୍ଥାନରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍‌ ଜଏ-ଇନ୍‌ଙ୍କ ଉତ୍ତର କୋରିଆର ପ୍ରତିନିଧି ମଣ୍ଡଳୀ ଆଲୋଚନା କରିଛନ୍ତି। ଏହି ସମୟରେ ପ୍ରତିନିଧି ମଣ୍ଡଳୀ ଦୁଇ କୋରିଆ ଏବଂ ଉତ୍ତର କୋରିଆ-ଆମେରିକା ସଂପର୍କ ବୃଦ୍ଧି ଉପରେ ହାତକୁ ହାତ ମିଳାଇ କାର୍ଯ୍ୟ କରିବା ଉଚିତ ବୋଲି ମତ ଦେଇଥିବା ବିଷୟ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ବ୍ଲ୍ୟୁ ହାଉସ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର