ଉତ୍ତରପ୍ରଦେଶ ସ୍କୁଲ୍‌: ୨ ମାସର ବିଦ୍ୟୁତ୍‌ ବିଲ୍‌ ୬୦୦ କୋଟି!

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏକ ସ୍କୁଲ୍‌କୁ ୨ ମାସର ବିଦ୍ୟୁତ୍‌ ଖର୍ଚ୍ଚ ପାଇଁ ୬୧୮.୫ କୋଟି ଟଙ୍କା ଦେବାକୁ ପଡ଼ିବ। ସ୍କୁଲ୍‌ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ କ୍ଷେତ୍ର ବାରଣାସୀ‌ରେ ଅବସ୍ଥିତ। ତେବେ ମାତ୍ର ୨ ମାସର ବିଦ୍ୟୁତ ବିଲ୍‌ ୬୧୮.୫ କୋଟି ଟଙ୍କା ହୋଇଥିବା ଦେଖି ସ୍କୁଲ୍‌ କର୍ତ୍ତୃପକ୍ଷମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସ୍କୁଲ୍‌ କର୍ତ୍ତୃପକ୍ଷ ଏ‌ ସଂକ୍ରାନ୍ତ‌ରେ ବିଦ୍ୟୁତ୍‌ ବିଭାଗରୁ ସ୍ପଷ୍ଟୀକରଣ ମାଗିଥିଲେ ମଧ୍ୟ ବିଭାଗ ପକ୍ଷରୁ ‌‌କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ସେପ୍ଟେମ୍ବର ୭ ସୁଦ୍ଧା ବିଦ୍ୟୁତ୍‌ ବିଲ୍‌ ପୈଠ ନହେଲେ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯିବ ବୋଲି କୁହାଯାଇଛି। ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି।

ସମ୍ବନ୍ଧିତ ଖବର