ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋରଖପୁରରେ ଜଣେ ବ୍ୟକ୍ତିଙ୍କ ଶରୀରରେ ଡିମ୍ବାଶୟ ଏବଂ ଗର୍ଭାଶୟ ଅଛି। କିଛିଦିନ ଧରି ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବା ପରେ ବ୍ୟକ୍ତି ଜଣଙ୍କ ହସ୍ପିଟାଲ୍ ଯାଇ ଅଲଟ୍ରାସାଉଣ୍ଡ୍ କରାଇଥିଲେ। ଅଲଟ୍ରାସାଉଣ୍ଡ୍ରୁ ଜଣାପଡ଼ିଲା ଯେ ତାଙ୍କର ହାର୍ନିଆ ହୋଇଛି। ଡାକ୍ତରମାନେ ତାଙ୍କର ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଅସ୍ତ୍ରୋପଚାର ସମୟରେ ଡାକ୍ତରମାନେ ଯାହା ଦେଖିଲେ ସେମାନେ ବିଶ୍ବାସ କରିପାରିଲେନି। କାରଣ ବ୍ୟକ୍ତିଙ୍କ ପେଟରେ ଡାକ୍ତରମାନେ ଡିମ୍ବାଶୟ ଏବଂ ଗର୍ଭାଶୟ ଦେଖିଥିଲେ। ଉକ୍ତ ବ୍ୟକ୍ତିଙ୍କ ନାଁ ରାଜଗିର ମିସ୍ତ୍ରି ଏବଂ ବୟସ ୪୬। ସେ ୨ ଜଣ ପିଲାଙ୍କର ବାପା। ତେବେ ତାଙ୍କ ପେଟରେ ଉଭୟ ଡିମ୍ବାଶୟ ଏବଂ ଗର୍ଭାଶୟ ଅବିକଶିତ ଅବସ୍ଥାରେ ରହିଛି। ଜନ୍ମରୁ ରାଜଗିରଙ୍କର ଏହି ସମସ୍ୟା ରହିଛି ଏବଂ ତାଙ୍କ ନିକଟରେ ମହିଳାଙ୍କ ଭଳି କୌଣସି ଗୁଣ ନାହିଁ ବୋଲି ଜଣାପଡ଼ିଛି। ଅସ୍ତ୍ରୋପଚାର ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।
ପୁରୁଷଙ୍କ ଶରୀରରେ ଗର୍ଭାଶୟ
/sambad/media/post_attachments/wp-content/uploads/2024/08/Male-Pregnancy_Thumbnail.jpg)