ନ୍ୟୁଜିଲ୍ୟାଣ୍ଡ ପରେ ନେଦରଲ୍ୟାଣ୍ଡ : ଚଳନ୍ତା ଟ୍ରେନରେ ଆଖିବୁଜା ଗୁଳି ଚଳାଇଲା ଆତତାୟୀ, ୧ ମୃତ

ଆମଷ୍ଟରଡାମ : ନ୍ୟୁଜିଲ୍ୟାଣ୍ଡ ପରେ ଏବେ ନେଦରଲାଣ୍ଡରେ ମଧ୍ୟ ଗୁଳିକାଣ୍ଡ ଦେଖାଦେଇଛି । ଆଜି ନେଦରଲାଣ୍ଡର ଏକ ସହର ଉଟ୍ରେଚରେ ଏକ ଚଳନ୍ତା ଟ୍ରାମରେ ଜଣେ ଦୁର୍ବୁତ୍ତ ଗୁଳିମାଡ କରିବାରୁ ଜଣେ ବ୍ୟକ୍ତି ନିହତ ହେବା ସହ ଆହୁରି ଅନେକ ବ୍ୟକ୍ତି ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ନେଦରଲାଣ୍ଡ ପୁଲିସ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସଂଦେହ କରୁଛି । ତେବେ ଏହା ପଛରେ କେଉଁମାନେ ଅଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଡଚ ପ୍ରଧାନମନ୍ତ୍ରୀ ମାର୍କ ରୁଟେ କହିଛନ୍ତି ଯେ ପ୍ରଶାସନ ଏହି ସ୍ଥିତି ଉପରେ ନଜର ରଖିଛି ଓ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।

ଡଚ ପୁଲିସର କହିବା ମୁତାବକ ସ୍ଥାନୀୟ ସମୟ ସକାଳ ୧୦ଟା ୪୫ ମିନିଟରେ ଜଣେ ବ୍ୟକ୍ତି ହଠାତ ଏକ ଚଳନ୍ତା ଟ୍ରାମରେ ଗୁଳି ଚଳାଇବାରୁ ଅନେକ ଲୋକ ଆହତ ହୋଇଥିଲେ । ତେବେ ପରେ ଜଣେ ଆହତ ବ୍ୟକ୍ତିର ମୃତ୍ୟୁ ହୋଇଥିଲା । ଏହି ଘଟଣା ପାଇଁ ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।

ସମ୍ବନ୍ଧିତ ଖବର