ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସମାଜବାଦୀ ପାର୍ଟି (ସପା) ସୁପ୍ରିମୋ ଅଖିଳେଶ ଯାଦବ ଏବଂ ତାଙ୍କ ମେଣ୍ଟ ସହଯୋଗୀ ଜୟନ୍ତ ଚୌଧୁରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ୨୦୧୩ ମୁଜାଫରନଗର ଦଙ୍ଗାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମ୍ପୃକ୍ତି ଥିବା ଯୋଗୀ ଦାବି କରିଛନ୍ତି। ଦଙ୍ଗାରେ ଜାଟ୍ମାନଙ୍କ ହତ୍ୟା ପାଇଁ ଯୋଗୀ ଅଖିଳେଶଙ୍କୁ ଦାୟୀ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଯୋଗୀ କହିଛନ୍ତି, ଏବେ ଯେଉଁ ‘ଦୁଇ ଯୁବକଙ୍କ ଯୋଡ଼ି’ ଆସିଛି ସେହିଭଳି ଏକ ସମାନ ଯୋଡ଼ି ବି ୨୦୧୭ ଏବଂ ୨୦୧୪ରେ ଆସିଥିଲା। ୨୦୧୭ରେ ରାଜ୍ୟବାସୀ ଏହି ଯୋଡ଼ିଙ୍କୁ ପସନ୍ଦ କରିନଥିଲେ। ସପା ଏବଂ କଂଗ୍ରେସ ୨୦୧୭ ବିଧାନସଭା ନିର୍ବାଚନ ଏକାଠି ଲଢ଼ି ଦୟନୀୟ ଭାବେ ବିଫଳ ହୋଇଥିଲେ। ଯୋଗୀ କହିଛନ୍ତି, ୨୦୧୩ରେ ମୁଜାଫରନଗରରେ ଦଙ୍ଗା ହୋଇଥିଲା।
ସେତେବେଳେ ୨ ଜଣ ଜାଟ୍ ସଂପ୍ରଦାୟର ଯୁବକ ପ୍ରାଣ ହାରିଥିଲେ। କାହାର ନାମ ନନେଇ ଯୋଗୀ କହିଛନ୍ତି , ବର୍ତ୍ତମାନ ବାହାରିଥିବା ଏହି ଯୋଡ଼ି ମଧ୍ୟରୁ ଜଣେ ସେତେବେଳେ କ୍ଷମତାରେ ଥିଲେ। ଏହି ହତ୍ୟା ପାଇଁ ସେ ଦାୟୀ। ରାଜ୍ୟ ରାଜଧାନୀକୁ ଦଙ୍ଗାକାରୀମାନଙ୍କୁ ସେ ଡକାଇଥିଲେ ଏବଂ ସେମାନଙ୍କୁ ସମ୍ମାନିତ ମଧ୍ୟ କରିଥିଲେ। ଏବେ ସେହି ଯୋଡ଼ି ପୁଣିଥରେ ଫେରିଛନ୍ତି। ଯୋଗୀ ଆଜି ଅଖିଳେଶ ଯାଦବ ଏବଂ ଜୟନ୍ତ ଚୌଧୁରୀଙ୍କୁ ଯେଭଳି ଆକ୍ରମଣ କରିଛନ୍ତି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଡବଲ୍ ଯୁବରାଜ’ ବୟାନ ସହ ମେଳ ଖାଉଛି। ବିହାର ନିର୍ବାଚନ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଆର୍ଜେଡି ନେତା ତେଜସ୍ବୀ ନେତାଙ୍କୁ ମୋଦୀ ‘ଡବଲ୍ ଯୁବରାଜ’ କହୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/f65h46fs5465h465hf.jpg)