ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ଛାତ୍ରୀଙ୍କୁ ସ୍କୁଟି ଏବଂ ସ୍ମାର୍ଟଫୋନ୍‌ ଦେବେ ପ୍ରିୟଙ୍କା‌

ଲକ୍ଷ୍ନୌ: କଂଗ୍ରେସ ସାଧାରଣ ସମ୍ପା‌ଦିକା ଏବଂ ଉତ୍ତରପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ପ୍ରଥମେ ମହିଳାମାନଙ୍କ ପାଇଁ ୪୦ ପ୍ରତିଶତ ଟିକେଟ୍‌ ସଂରକ୍ଷଣ ଘୋଷଣା କରିବା ପରେ ଏବେ ପୁଣି ଆଉ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିବାପରେ ଦ୍ବାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀମାନଙ୍କୁ ସ୍ମାର୍ଟଫୋନ୍‌ ମିଳିବ ଏବଂ ସମସ୍ତ ଗ୍ରାଜୁଏଟ୍‌ ଛାତ୍ରୀମାନଙ୍କୁ ଇଲେକଟ୍ରିକ୍‌ ସ୍କୁଟର ମିଳିବ। ପ୍ରିୟଙ୍କା ଆଜି ଏକ ଟ୍ବିଟ୍‌ କରି କହିଛନ୍ତି, ସେ କିଛି ଛାତ୍ରୀଙ୍କୁ ଭେଟିଥିଲେ। ସେମାନେ ପାଠ ପଢ଼ା ଏବଂ ସୁରକ୍ଷା ପାଇଁ ସ୍ମାର୍ଟଫୋନ୍‌ ଚାହାନ୍ତି ବୋଲି କହିଥିଲେ। ତେଣୁ କଂଗ୍ରେସ କ୍ଷମତାକୁ ଆସିଲେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କୁ ସ୍ମାର୍ଟଫୋନ୍‌ ମିଳିବ ବୋଲି ପ୍ରିୟଙ୍କା‌ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର